କୋର୍ଟଙ୍କ ରାୟ ଆମ ପୁରା ଟିମକୁ ଖୁସି କରିଛି: ଅରୁଣ ବୋଥ୍ରା

ଭୁବନେଶ୍ବର: ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ରାୟ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ତତକାଳୀନ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା । ସେ କହିଛନ୍ତି ଯେ ମାମଲାରେ କେହି ପ୍ରତ୍ୟକ୍ଷ ସାକ୍ଷୀନଥିଲେ, ଯାହା କି ତଦନ୍ତ ବେଳେ ସବୁଠୁ ବଡ ଚ୍ୟାଲେଞ୍ଜ ହୋଇଥିଲା । ଯେଉଁଥି ପ୍ରତ୍ୟକ୍ଷ ସାକ୍ଷୀ ନଥାନ୍ତି, ଫୋରେନସିକ୍ ପ୍ରମାଣ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ପୁଞ୍ଜିଲାଲ ମାମଲାରେ ଫୋରେନସିକ୍ ପ୍ରମାଣ ତଥ୍ୟ ଦେଇଥିଲା । ସେହିପରି ବିସ୍ଫୋରକ ବାହାର କରି ଫିଙ୍ଗିଥିବା ଖୋଳ ବି ସୁରାକ୍ ଦେଇଥିଲା । ସେ ଯେଉଁ ଡଷ୍ଟବିନରେ ଖୋଳ ଫିଙ୍ଗିଥିଲା, ତାହା ଲ୍ୟାବରେ ମ୍ୟାଚ୍ ହୋଇଥିଲା । ଅନ୍ୟପଟେ ତଦନ୍ତ ବେଳେ ପୁଞ୍ଜିଲାଲ ଲେଖିଥିବା ଚିଠି ମଧ୍ୟ ଆମକୁ ବାଟ ଦେଖାଇଥିଲା । ତାର ଭାଷା ଓ ଲେଖିବା ଶୈଳୀ ଉଚ୍ଚକୋଟୀର ହୋଇଥିବାରୁ ସନ୍ଦେହ ହୋଇଥିଲା । ପରେ ଏହା ଜଣେ ଶିକ୍ଷିତ ଲୋକର କାମ ବୋଲି ସନ୍ଦେହ କରି ତଦନ୍ତ ଆଗକୁ ବଢିଥିଲା । ଆଉ ତା’ର ବୋମା ତିଆରି ପାଇଁ ଡେମୋ ଦେଖାଇବାକୁ ମନାଇଥିଲୁ । ସେ ଯାହା ବି ହେଉ କୋର୍ଟଙ୍କ ରାୟ ଆମ ପୁରା ଟିମକୁ ଖୁସି କରିଛି ବୋଲି ଅରୁଣ ବୋଥ୍ରା କହିଛନ୍ତି ।
Powered by Froala Editor