ପୁଣି ଲଜ୍ଜା: ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ

ସୁନ୍ଦରଗଡ: ସୁନ୍ଦରଗଡରେ ପୁଣି ଲଜ୍ଜାଜନକ ଘଟଣା ଘଟିଛି । ୧୪ବର୍ଷର ନାବାଳିକାକୁ ଅପହରଣ କରି ଜଙ୍ଗଲରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ୨୫ତାରିଖ ରାତି ୧୦ଟା ସମୟରେ ନାବାଳିକାକୁ ବାଇକରେ ଅପହରଣ କରି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଅଭିଯୁକ୍ତ ୨୨ବର୍ଷୀୟ କିଶୋର ଲାକ୍ରାଙ୍କୁ ଗିରଫ କରିଛି ପୁଲିସ । ସଂପୃକ୍ତ ଯୁବକଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।
Powered by Froala Editor