ବାକି ଜୀବନ ଖୁସିରେ କଟାଇବାକୁ ଇଚ୍ଛା, ୧୮ ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ପୁଲିସ ନିକଟରେ ୪ ହାର୍ଡକୋର ନକ୍ସଲ ସମେତ ୧୮ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ସୁକମା ଏସପି କିରଣ ଚୌହାନଙ୍କ ନିକଟରେ ଏମାନେ ଆତ୍ମସମର୍ପଣ କରି ବାକି ଜୀବନ ଖୁସିରେ କଟାଇବାକୁ ଇଚ୍ଛା ପ୍ରକଟ କରିଛନ୍ତି। ଏହି ନକ୍ସଲମାନେ ସୁକମା ଏବଂ ବିଜାପୁର ଜିଲ୍ଲା ସୀମାନ୍ତରେ ବହୁ ଅଘଟଣ ଘଟାଇଥିବା ପୁଲିସ କହିଛି।
ଆତ୍ମସମର୍ପଣ କରିଥିବା ନକ୍ସଲବାଦୀଙ୍କ ମଧ୍ୟରେ ଦକ୍ଷିଣ ବସ୍ତର ଡିଭିଜନ ପ୍ଲାଜା ବାଟାଲିୟନ ନମ୍ବର ୧ର ୪ ଜଣ ସକ୍ରିୟ ହାର୍ଡକୋର ନକ୍ସଲବାଦୀ ମଧ୍ୟ ଅଛନ୍ତି। ଛତିଶଗଡ଼ ସରକାରଙ୍କ ନକ୍ସଲ ସଦସ୍ୟ ମୁକ୍ତ ଗ୍ରାମ ପଞ୍ଚାୟତ ଅଭିଯାନ ଅଧୀନରେ ସୁକମା ପୋଲିସକୁ ଏହି ବଡ଼ ସଫଳତା ମିଳିଛି। ଦୁଇ ନକ୍ସଲ ନାମରେ ୮ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରହିଥିବା ବେଳେ ମୋଟ ୩୯ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ ନକ୍ସଲ ଆତ୍ମସମର୍ପଣ କରିଛନ୍ତି।
ଏହି ନକ୍ସଲମାନେ ସୁକମା ଏବଂ ବିଜାପୁର ଜିଲ୍ଲା ସୀମାନ୍ତରେ ବହୁ ଅଘଟଣ ଘଟାଇଥିବା ପୁଲିସ କହିଛି। ସରକାରଙ୍କ ତରଫରୁ ସମସ୍ତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି। ସେମାନଙ୍କୁ ଆଗାମୀ ଦିନରେ ଆତ୍ମନିର୍ଭରଶୀଳ କରାଯିବ ବୋଲି ପୁଲିସ କହିଛି।
ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଇ କହିଛନ୍ତି ଯେ “ନକ୍ସଲ ସମସ୍ୟା କେବଳ ସୁରକ୍ଷା ବାହିନୀର କାର୍ଯ୍ୟରେ ସୀମିତ ନୁହେଁ, ବରଂ ଏହା ଏକ ସାମାଜିକ ଏବଂ ବିକାଶମୂଳକ ଚ୍ୟାଲେଞ୍ଜ । ସରକାର ଏକ ସାମଗ୍ରିକ ଦୃଷ୍ଟିକୋଣ ସହିତ ଏହି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିଛନ୍ତି।
Powered by Froala Editor