ଦ୍ୱିତୀୟ ଥର ବାପା ହେଲେ ତେଜସ୍ବୀ

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସଭାପତି ଲାଲୁ ପ୍ରସାଦ ଯାଦବ ଜେଜେବାପା ହୋଇଛନ୍ତି। ଲାଲୁଙ୍କ ସାନ ପୁଅ ତଥା ବିହାର ବିଧାନସଭାର ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ଦ୍ୱିତୀୟ ଥର ପାଇଁ ବାପା ହୋଇଛନ୍ତି। ତେଜସ୍ବୀ ଯାଦବ ନିଜେ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ନାତିର ଜନ୍ମ ପରେ ଲାଲୁଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି।
ଯାଦବ ପରିବାରର ଏଭଳି ଖୁସିର ମୁହୂର୍ତ୍ତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାର ଏକ ଘରୋଇ ହସ୍ପିଟାଲରେ ପହଞ୍ଚି ତେଜସ୍ୱୀ ଯାଦବଙ୍କୁ ତଥା ତାଙ୍କ ପରିବାରକୁ ଅଭିନନ୍ଦନ ଜଣାଇଛନ୍ତି।
ମମତା ଯାଦବଙ୍କ ପରିବାରକୁ ଭେଟିବା ପରେ ପ୍ରତିକ୍ରିୟାରେ କହିଛନ୍ତି, "ତେଜସ୍ୱୀ ଯାଦବ ଏବଂ ରାଜଶ୍ରୀ ଯାଦବଙ୍କ ଘରେ ଏକ ସୁନ୍ଦର ସନ୍ତାନର ଆଗମନର ଆନନ୍ଦରେ ସାମିଲ ହୋଇ ମୁଁ ବହୁତ ଖୁସି। ଲାଲୁ ଜି ଏବଂ ସମଗ୍ର ପରିବାରକୁ ମୋର ଆନ୍ତରିକ ଶୁଭେଚ୍ଛା ଏବଂ ଆଶୀର୍ବାଦ। ମାଆ ଏବଂ ପିଲା ଉଭୟଙ୍କୁ ସୁସ୍ଥ ଦେଖି ଖୁସି ଲାଗିଲା। ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ନବଜାତଟି ପରିବାର ପାଇଁ ସୌଭାଗ୍ୟ ଏବଂ ଆଶାର ଏକ ଦୂତ ହେଉ।"
ସୂଚନାଯୋଗ୍ୟ, ତେଜସ୍ବୀଙ୍କ ପ୍ରଥମ ସନ୍ତାନ ୨୦୨୩ ମସିହାରେ ନବରାତ୍ରିରେ ଜନ୍ମ ହୋଇଥିଲା। ସେ ଷଷ୍ଠୀ ଦିନ ଜନ୍ମ ହୋଇଥିବାରୁ, ତାଙ୍କର ନାମ କାତ୍ୟାୟନୀ ରଖାଯାଇଥିଲା।
Powered by Froala Editor