ଶାନ୍ତିରେ ରୁହ... ନଚେତ୍ ଗୁଳି ଖାଇବ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପାକିସ୍ତାନ ଉପରେ ତୀବ୍ର ଆକ୍ରମଣ କରି ଅଭିଯୋଗ କରିଛନ୍ତି ଯେ, ପାକିସ୍ତାନ ଆତଙ୍କବାଦକୁ ରାଷ୍ଟ୍ରୀୟ ନୀତିର ଅସ୍ତ୍ର ଭାବେ ବ୍ୟବହାର କରୁଛି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଭାରତ ପର୍ଯ୍ୟଟନରେ ବିଶ୍ୱାସ କରେ, ପର୍ଯ୍ୟଟନ ଲୋକଙ୍କୁ ଯୋଡେ କିନ୍ତୁ ପାକିସ୍ତାନ ଭଳି ଏକ ଦେଶ ଅଛି, ଯିଏ ଆତଙ୍କବାଦକୁ ପର୍ଯ୍ୟଟନ ଭାବରେ ବିବେଚନା କରେ। ଆମର ନୀତି ଆତଙ୍କବାଦ ବିରୁଦ୍ଧରେ ଶୂନ୍ୟ ସହନଶୀଳତା। ଅପରେସନ ସିନ୍ଦୂର ଏହି ନୀତିକୁ ଅଧିକ ସ୍ପଷ୍ଟ କରିଛି। ଯିଏ ଭାରତୀୟଙ୍କ ରକ୍ତ ବୁହାଇବାକୁ ଚେଷ୍ଟା କରିବ, ତାକୁ ତାଙ୍କ ନିଜ ଭାଷାରେ ଜବାବ ଦିଆଯିବ। ଶାନ୍ତିରେ ରୁହ, ଖାଅ ପିଅ... ନଚେତ୍ ଗୁଳି ଖାଇବ... ଭାରତର ନୀତି ବହୁତ ସ୍ପଷ୍ଟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ମୋଦୀ କହିଛନ୍ତି, ଯେଉଁମାନେ ଭାରତ ଉପରେ ଆଖି ଉଠାଇବେ ସେମାନଙ୍କୁ କୌଣସି ମୂଲ୍ୟରେ ଛଡ଼ାଯିବ ନାହିଁ। ଅପରେସନ ସିନ୍ଦୂର ହେଉଛି ମାନବତାକୁ ସୁରକ୍ଷା ଦେବା ଏବଂ ଆତଙ୍କବାଦକୁ ସମାପ୍ତ କରିବା ପାଇଁ ଏକ ମିଶନ। ବିହାରର ସାଧାରଣ ସଭାରେ ଗର୍ବର ସହିତ ଘୋଷଣା କରିଥିଲି ଯେ ମୁଁ ଆତଙ୍କବାଦର ଆଡ୍ଡାଗୁଡ଼ିକୁ ଧ୍ୱଂସ କରିବି। ଆମେ ପାକିସ୍ତାନ ଆତଙ୍କବାଦ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ୧୫ ଦିନ ଅପେକ୍ଷା କରିଥିଲୁ କିନ୍ତୁ ଆତଙ୍କବାଦ ହେଉଛି ସେମାନଙ୍କର ଜୀବିକା। ଯେତେବେଳେ ସେ କିଛି କଲେ ନାହିଁ, ମୁଁ ପୁଣି ଥରେ ଦେଶର ସେନାକୁ ମୁକ୍ତ ହାତ ଦେଇଦେଲି।
“ଯିଏ ଆମକୁ ରକ୍ତାକ୍ତ କରିବ, ସେ ସମାନ ପ୍ରତିକ୍ରିୟାର ସାମ୍ନା କରିବ। କୌଣସି ମୂଲ୍ୟରେ ସେମାନଙ୍କୁ ଛଡ଼ାଯିବ ନାହିଁ। ଅପରେସନ୍ ସିନ୍ଦୁର ହେଉଛି ମାନବତାକୁ ରକ୍ଷା କରିବା ଓ ଆତଙ୍କବାଦର ଅନ୍ତ ଘଟାଇବାର ଏକ ମିଶନ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
Powered by Froala Editor