ଜ୍ୟୋତିଙ୍କୁ ସୁରକ୍ଷା ଦେଉଥିଲେ ଏକେ-47 ବନ୍ଧୁକଧାରୀ

ପାକିସ୍ତାନ ପାଇଁ ଗୁପ୍ତଚରି କରି ଗିରଫ ହୋଇଥିବା ହରିୟାଣାର ମହିଳା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ପାକିସ୍ତାନର ଲାହୋରରେ ଅନାରକଲୀ ବଜାରରେ ଘୂରୁଥିବା ସମୟରେ ତାଙ୍କୁ ଅତି କମରେ ୧୦ରୁ ୧୨ ଜଣ ଏକେ-47 ବନ୍ଧୁକଧାରୀ ପହରା ଦେଉଥିଲେ। ଏହି ଦୃଶ୍ୟ ପାକିସ୍ତାନରେ ଯାତ୍ରା କରୁଥିବା ଜଣେ ସ୍କଟିଶ୍ ୟୁଟ୍ୟୁବରଙ୍କୁ ଆଶ୍ଚର୍ଯ୍ୟ କରିଥିଲା, ଯିଏ ଜାଣିବାକୁ ଚାହିଁଥିଲେ କାହିଁକି ତାଙ୍କୁ ଏତେ ସୁରକ୍ଷା ଦରକାର।
ସ୍କଟଲାଣ୍ଡର ଜଣେ ୟୁଟ୍ୟୁବର ଏହି ଭିଡିଓଟିକୁ ଗତ ମାର୍ଚ୍ଚ ମାସରେ ସାମାଜିକ ଗଣମାଧ୍ୟମରେ ଶେୟାର କରିଥିଲେ। ଜ୍ୟୋତିଙ୍କ ଗୁପ୍ତଚରି ବୃତ୍ତି ସାମ୍ନାକୁ ଆସିବା ପରେ ଉକ୍ତ ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି।
ଭିଡିଓରେ ଦେଖିବାକୁ ମିଳିଛି ଯେ, ଜ୍ୟୋତି ଲାହୋରର ଏକ ବଜାର ଅଞ୍ଚଳରେ ବୁଲି ବୁଲି ଭିଡିଓ କରୁଛନ୍ତି। ତାଙ୍କ ପାରିପାଖେ ଅତି ନିକଟରେ ୧୦ରୁ ୧୨ ପୁଲିସ କର୍ମଚାରୀ ରହିଛନ୍ତି, ଯେଉଁମାନଙ୍କ ମଧ୍ୟରୁ କିଛି ପୁଲିସ ପୋଷାକରେ ଥିବାବେଳେ ଅନ୍ୟ କେତେଜଣ ସାଦା ପୋଷାକରେ ଥିଲେ। ସମସ୍ତଙ୍କ ହାତରେ ଏକେ-୪୭ ବନ୍ଧୁକ ରହିଥିଲା। ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ସହିତ ଜ୍ୟୋତିଙ୍କର କେତେ ଘନିଷ୍ଠତା ରହିଛି ତାହା ଏହି ଭିଡ଼ିଓରୁ ସ୍ପଷ୍ଟ ଜଣାପଡ଼ିଛି।
Powered by Froala Editor