Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, June 24, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଇସ୍ରାଏଲକୁ ଦଣ୍ଡ ଦେବା ପାଇଁ ଶପଥ : ଖାମନେଇ

  • ଝିଅର ନିଟ୍‍ ପରୀକ୍ଷାରେ ମାର୍କ କମ୍‍ ଥିଲା ...

  • ରାସନ୍‌ ଦୋକାନରେ ହଙ୍ଗାମା: ଗେଟ୍‌ ଭାଙ୍ଗି ...

  • ଭୟଙ୍କର ରୋଗ ପରେ ବି କାମ କରିବାକୁ ପଡୁଛି : ...

  • ‘ଅନୁପମା’ର ସେଟ୍‌ରେ ଅଗ୍ନିକାଣ୍ଡ

  • ରାତିରେ ଏହି ଖାଦ୍ୟ ଖାଇଲେ ଭୋଗିବେ ...

  • ଶରୀରରେ ଆଲର୍ଜି ହେବାକୁ ଦେଇ ନଥାଏ କଲରା

  • ହଠାତ୍‌ କୋଟିପତି ହୋଇଥାନ୍ତି ଏହି ରାଶି

  • ସପ୍ତାହକରେ ରେକର୍ଡ ରୋଜଗାର, ୭କୋଟି ପାର ...

  • ଡିଏନଏରୁ ସ୍ପଷ୍ଟ, ବିମାନ ଦୁର୍ଘଟଣାରେ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥାରେ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିବ ଆମେରିକା, ତିଆରି କରିବ ଗୋଲଡେନ ଡୋମ

କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥାରେ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିବ ଆମେରିକା, ତିଆରି କରିବ ଗୋଲଡେନ ଡୋମ

2025-05-21 10:54:20
14191
Share:
Facebook
Twitter
E-Mail
WhatsApp
Telegram
କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥାରେ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିବ ଆମେରିକା, ତିଆରି କରିବ ଗୋଲଡେନ ଡୋମ

 ନୂଆଦିଲ୍ଲୀ: ଅପରେସନ ‘ସିନ୍ଦୂର’ ସମୟରେ ପାକିସ୍ତାନର ଆକ୍ରମଣକୁ ପ୍ରତିହତ କରିବା ଲାଗି ଭାରତ ରୁଷ ନିର୍ମିତ ଏସ-୪୦୦ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥାର ବ୍ୟବହାର କରିଥିଲା। ଏହା ସହିତ ଭାରତୀୟ ଡିଫେନ୍ସ ସିଷ୍ଟମ ଆକାଶ ମଧ୍ୟ ବଡ଼ ଭୂମିକା ଗ୍ରହଣ କରିଥିଲା। ଆଧୁନିକ ଯୁଦ୍ଧରେ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥାର ଗୁରୁତ୍ଵ ବହୁ ଅଧିକ। ଅପରେସନ ସିନ୍ଦୂର ପରେ ଏସ-୪୦୦ର ଚାହିଦା ବେଶ୍‌ ବୃଦ୍ଧି ପାଇଛି। ରାଡାର, ସାଟେଲାଇଟ ଏବଂ ଏଆଇ(କୃତ୍ରିମ ବୁଦ୍ଧିମତ୍ତା) ଉପରେ ଆଧାରିତ ସେନ୍‌ସର ଉପରେ କାମ କରୁଥିବା କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ବିପଦକୁ ଆଗୁଆ ଚିହ୍ନଟ କରି କ୍ଷେପଣାସ୍ତ୍ରଗୁଡ଼ିକୁ ଆକାଶରେ ହିଁ ନଷ୍ଟ କରିଦେଇଥାଏ। ଯାହାଫଳରେ ଜନସାଧାରଣଙ୍କୁ ସୁରକ୍ଷା ମିଳିଥାଏ।

୭ ଅକ୍ଟୋବର ୨୦୨୩ରେ ବି ଇସ୍ରାଏଲ ନିଜର ଆଇରନ ଡୋମ (କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା) ଜରିଆରେ ହମାସ ଆତଙ୍କବାଦୀ ସଂଗଠନର ବହୁ କ୍ଷେପଣାସ୍ତ୍ରକୁ ଆକାଶରେ ନଷ୍ଟ କରିଦେଇଥିଲା। ତେଣୁ ଆଧୁନିକ ଯୁଦ୍ଧରେ ଏହାର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି।

ଏସବୁକୁ ଦୃଷ୍ଟିରେ ରଖି ବିଶ୍ଵର ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଏବେ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥାରେ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିବାକୁ ଯାଉଛି। ଯୁଦ୍ଧ ସମୟରେ ପ୍ରତିରକ୍ଷା ମେକାନିଜମକୁ ନୂଆ ସ୍ତରକୁ ନେବା ଲାଗି ଆମେରିକା ପ୍ରସ୍ତୁତି ଚଳାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସରକାର ଏପରି ଏକ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ତିଆରି କରିବାକୁ ଯାଉଛି, ଯାହା ଏୟାରସ୍ପେଶ୍‌କୁ ଅଭେଦ୍ୟ, ଅଜେୟ ଏବଂ ଅଖଣ୍ଡନୀୟ କରିଦେବ।

ଟ୍ରମ୍ପ ଏହି କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥାକୁ ଗୋଲ୍‌ଡେନ ଡୋମ ବା ସ୍ଵର୍ଣ୍ଣିମ ଡୋମ ନାମରେ ନାମିତ କରିଛନ୍ତି। ଆମେରିକା ବର୍ତ୍ତମାନ ସମୟରେ କୌଣସି ଦେଶ ସହିତ ପ୍ରତ୍ୟକ୍ଷ ଯୁଦ୍ଧ କରୁନାହିଁ। କିନ୍ତୁ ଆଗାମୀ ଭବିଷ୍ୟତରେ ଯୁଦ୍ଧ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ। ତେଣୁ ଏହାକୁ ଧ୍ୟାନରେ ରଖି ଆମେରିକା ନୂଆ ପ୍ରତିରକ୍ଷା ବ୍ୟବସ୍ଥା ନିର୍ମାଣ କରିବାକୁ ଯାଉଛି।

ବିଶେଷ କରି ଚୀନ, ରୁଷ, ଇରାନ, ଉତ୍ତରକୋରିଆ ଭଳି ଦେଶଠାରୁ ଆମେରିକାକୁ ବିପଦ ରହିଛି। ତେଣୁ ବିଦେଶୀ ଶତ୍ରୁଠାରୁ ନିଜକୁ ସୁରକ୍ଷିତ ରଖିବା ଲାଗି ଟ୍ରମ୍ପ ଏହି ନୂତନ ପ୍ରତିରକ୍ଷା ବ୍ୟବସ୍ଥା ନିର୍ମାଣ କରିବାକୁ ଯାଉଥିବା କୁହାଯାଉଛି।

ଗୋଲଡେନ ଡୋମ ଏୟାର ଡିଫେନ୍ସ ସିଷ୍ଟମ ସାଟେଲାଇଟର ଏକ ନେଟଓ୍ବର୍କ ଉପରେ କାମ କରିବ, ଯାହା ଆସୁଥିବା କ୍ଷେପଣାସ୍ତ୍ରଗୁଡ଼ିକୁ ଚିହ୍ନଟ କରିବ ଏବଂ ତାହାକୁ ନଷ୍ଟ କରିବ। ଏହା ସିଲ୍‌ଡ ମିଜାଇଲଗୁଡ଼ିକୁ ଚିହ୍ନଟ କରିବା ଏବଂ ସେଗୁଡ଼ିକ ଉପରେ ନଜର ରଖିବା ଳାଗି ଶତାଧିକ ସାଟେଲାଇଟକୁ ବ୍ୟବହାର କରିପାରେ। ସବୁଠୁ ଆଶ୍ଚର୍ଯ୍ୟ କଥା ହେଲା ସାରା ବିଶ୍ଵର କୋଣ ଅନୁକୋଣ ପର୍ଯ୍ୟନ୍ତ ଏହି ପ୍ରତିରକ୍ଷା ବ୍ୟବସ୍ଥା ରେଞ୍ଜ ମଧ୍ୟରେ ରହିପାରିବ। ୨୦୨୯ ସୁଦ୍ଧା ଏହାର ନିର୍ମାଣ ଶେଷ କରିବାକୁ ଟ୍ରମ୍ପ ଲକ୍ଷ୍ୟ ରଖିଛନ୍ତି।

ଗୋଲଡେନ ଡୋମ ଭବିଷ୍ୟତର ଯୁଦ୍ଧାସ୍ତ୍ର ହେବ। ଏହା ଆମେରିକା ପାଇଁ ବହୁସ୍ତରୀୟ ଇଣ୍ଟରସେପ୍ଟରର କାର୍ଯ୍ୟ କରିବ। ୩୬୦ ଡିଗ୍ରୀରୁ ବିପଦକୁ ଠାବ କରି ତାହାକୁ ପ୍ରତିହତ କରିବ।

Powered by Froala Editor

Tags Golden dom

Related articles Odisha News Lens 4.1

  • ଶରୀରରେ ଆଲର୍ଜି ହେବାକୁ ଦେଇ ନଥାଏ କଲରା
    ବିଶେଷ

    ଶରୀରରେ ଆଲର୍ଜି ହେବାକୁ ଦେଇ ନଥାଏ କଲରା

    14981
    Jun 23, 2025
  • ହଠାତ୍‌ କୋଟିପତି ହୋଇଥାନ୍ତି ଏହି ରାଶି
    ବିଶେଷ

    ହଠାତ୍‌ କୋଟିପତି ହୋଇଥାନ୍ତି ଏହି ରାଶି

    15854
    Jun 22, 2025
  • ରାସନ୍‌ ଦୋକାନରେ ହଙ୍ଗାମା: ଗେଟ୍‌ ଭାଙ୍ଗି ଅନିୟନ୍ତ୍ରିତ ହୋଇ ପଶିଲେ ଲୋକେ
    ଦେଶ-ଦେଶାନ୍ତର

    ରାସନ୍‌ ଦୋକାନରେ ହଙ୍ଗାମା: ଗେଟ୍‌ ଭାଙ୍ଗି ଅନିୟନ୍ତ୍ରିତ ହୋଇ ପଶିଲେ ଲୋକେ

    15153
    Jun 23, 2025
  • ‘ଅନୁପମା’ର ସେଟ୍‌ରେ ଅଗ୍ନିକାଣ୍ଡ
    ମନୋରଞ୍ଜନ

    ‘ଅନୁପମା’ର ସେଟ୍‌ରେ ଅଗ୍ନିକାଣ୍ଡ

    15326
    Jun 23, 2025
  • ଝିଅର ନିଟ୍‍ ପରୀକ୍ଷାରେ ମାର୍କ କମ୍‍ ଥିଲା ବୋଲି ନୃସଂଶ ଭାବେ ପିଟି ପିଟି ହତ୍ୟା କଲେ ...
    ଦେଶ-ଦେଶାନ୍ତର

    ଝିଅର ନିଟ୍‍ ପରୀକ୍ଷାରେ ମାର୍କ କମ୍‍ ଥିଲା ବୋଲି ନୃସଂଶ ଭାବେ ପିଟି ପିଟି ହତ୍ୟା କଲେ ...

    15291
    Jun 23, 2025
  • ଇସ୍ରାଏଲକୁ ଦଣ୍ଡ ଦେବା ପାଇଁ ଶପଥ : ଖାମନେଇ
    ଦେଶ-ଦେଶାନ୍ତର

    ଇସ୍ରାଏଲକୁ ଦଣ୍ଡ ଦେବା ପାଇଁ ଶପଥ : ଖାମନେଇ

    14555
    Jun 23, 2025
  • ଡିଏନଏରୁ ସ୍ପଷ୍ଟ, ବିମାନ ଦୁର୍ଘଟଣାରେ ଫିଲ୍ମ ନିର୍ମାତା ମହେଶଙ୍କ ମୃତ୍ୟୁ
    ମନୋରଞ୍ଜନ

    ଡିଏନଏରୁ ସ୍ପଷ୍ଟ, ବିମାନ ଦୁର୍ଘଟଣାରେ ଫିଲ୍ମ ନିର୍ମାତା ମହେଶଙ୍କ ମୃତ୍ୟୁ

    14578
    Jun 22, 2025
  • ରାତିରେ ଏହି ଖାଦ୍ୟ ଖାଇଲେ ଭୋଗିବେ ସାଂଘାତିକ ଅବସ୍ଥା
    ବିଶେଷ

    ରାତିରେ ଏହି ଖାଦ୍ୟ ଖାଇଲେ ଭୋଗିବେ ସାଂଘାତିକ ଅବସ୍ଥା

    15656
    Jun 23, 2025
  • ସପ୍ତାହକରେ ରେକର୍ଡ ରୋଜଗାର, ୭କୋଟି ପାର କଲା ‘ବୋଉ ବୁଟୁ ଭୂତ’
    ମନୋରଞ୍ଜନ

    ସପ୍ତାହକରେ ରେକର୍ଡ ରୋଜଗାର, ୭କୋଟି ପାର କଲା ‘ବୋଉ ବୁଟୁ ଭୂତ’

    14093
    Jun 22, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଇସ୍ରାଏଲକୁ ଦଣ୍ଡ ଦେବା ପାଇଁ ଶପଥ : ଖାମନେଇ

    14555
    Jun 23, 2025
  • ବିଶେଷ

    ରାତିରେ ଏହି ଖାଦ୍ୟ ଖାଇଲେ ଭୋଗିବେ ସାଂଘାତିକ ଅବସ୍ଥା

    15656
    Jun 23, 2025
  • ଦେଶ-ଦେଶାନ୍ତର

    ଝିଅର ନିଟ୍‍ ପରୀକ୍ଷାରେ ମାର୍କ କମ୍‍ ଥିଲା ବୋଲି ନୃସଂଶ ଭାବେ ପିଟି ପିଟି ହତ୍ୟା କଲେ ବାପା

    15291
    Jun 23, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16706
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17010
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15505
    Apr 03, 2021

ବିଶେଷ

  • ରାତିରେ ଏହି ଖାଦ୍ୟ ଖାଇଲେ ଭୋଗିବେ ସାଂଘାତିକ ଅବସ୍ଥା

    15656
    Jun 23, 2025
  • ଶରୀରରେ ଆଲର୍ଜି ହେବାକୁ ଦେଇ ନଥାଏ କଲରା

    14981
    Jun 23, 2025
  • ହଠାତ୍‌ କୋଟିପତି ହୋଇଥାନ୍ତି ଏହି ରାଶି

    15854
    Jun 22, 2025
  • ଆଶ୍ଚର୍ଯ୍ୟ: ଲିଟର ପିଛା ଗୋଲାପ ତେଲର ଦାମ୍ ୧୩ ଲକ୍ଷ ଟଙ୍କା

    14471
    Jun 21, 2025
  • ଦାମ୍ପତ୍ୟ ଜୀବନରେ ଖୁସି ରହିବେ କେମିତି ଜାଣନ୍ତୁ ?

    14780
    Jun 19, 2025

ବାଣିଜ୍ୟ

ଏସିୟାନ୍ ପେଣ୍ଟସ୍ ନେଇଆସିଛି ‘ରୋୟାଲ୍ ଗ୍ଲିଟ୍ସ – ଟ୍ରିବ୍ୟୁଟ୍ ଟୁ ଓଡିଶା’ ସ୍ପେସିଆଲ୍ ଏଡିସନ୍ ପ୍ୟାକ୍

ଭୁବନେଶ୍ୱର : ଓଡିଶାରେ ପାରମ୍ପରିକତା କେବଳ ସଂରକ୍ଷିତ ହୋଇନଥାଏ, ସେହିଟି ଲୋକଙ୍କ ଦୈନନ୍ଦିନ ଜୀବନ, ପାର୍ବଣ, ଓ ଅଭିବ୍ୟକ୍ତିର ଅଂଶ ଅଟୁଟ ଭାବରେ ରହିଛି। ଘୁମୁରା ନୃତ୍ୟର ଗାମ୍ଭୀର୍ୟପୂର୍ଣ୍ଣ ପଦକ୍ଷେପରୁ ଆରମ୍ଭ କରି ...

  • ଖୁବ୍ ଶୀଘ୍ର ସ୍କୋଡା ଇଣ୍ଡିଆ ଲଞ୍ଚ କରିବ ସିଏନଜି ଏସୟୁଭି

    14997
    Jun 19, 2025
  • ଆମୱେ ଇଣ୍ଡିଆ ଏହାର ରୋଗପ୍ରତିରୋଧ ବର୍ଗମାଳାକୁ ସୁଦୃଢ କଲା; ପ୍ରଚଳନ କଲା ନୁ୍ୟଟ୍ରିଲାଇଟ ଟ୍ରପିଲ ପ୍ରୋଟେକ୍ଟ

    14820
    Jun 19, 2025
  • ଓଡ଼ିଶାରେ ଚକ୍ଷୁ ଚିକିତ୍ସାର ଅଗ୍ରଦୂତ: ଏଲଭିପିଇଆଇ ଭୁବନେଶ୍ୱର ତରଫରୁ ଆରମ୍ଭ ହୋଇଛି ଆଭ୍ୟନ୍ତରୀଣ ଜେନେଟିକ୍ ପରୀକ୍ଷଣ ସହିତ ବଂଶାନୁକ୍ରମିକ ରେଟିନା ଡିଷ୍ଟ୍ରୋଫି କ୍ଲିନିକ୍

    14822
    Jun 19, 2025
  • ଅଜିମ ପ୍ରେମଜୀ ଫାଉଣ୍ଡେସନ ପକ୍ଷରୁ ପିଜି ଡାକ୍ତରଙ୍କ ପାଇଁ ଅଜିମ ପ୍ରେମଜୀ ହେଲ୍ଥ ଇକ୍ୱିଟି ଫେଲୋସିପ୍ ଘୋଷଣା

    13792
    Jun 17, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଭୟଙ୍କର ରୋଗ ପରେ ବି କାମ କରିବାକୁ ପଡୁଛି : ସଲମାନ

    13980
    Jun 23, 2025
  • ସପ୍ତାହକରେ ରେକର୍ଡ ରୋଜଗାର, ୭କୋଟି ପାର କଲା ‘ବୋଉ ବୁଟୁ ଭୂତ’

    14093
    Jun 22, 2025
  • ଡିଏନଏରୁ ସ୍ପଷ୍ଟ, ବିମାନ ଦୁର୍ଘଟଣାରେ ଫିଲ୍ମ ନିର୍ମାତା ମହେଶଙ୍କ ମୃତ୍ୟୁ

    14578
    Jun 22, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In