ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲେ ଦୁର୍ବୃତ୍ତ
ଭୁବନେଶ୍ୱର : ଘର ବାହାରୁ ମହିଳାଙ୍କ ବେକରୁ ଦୁର୍ବୃତ୍ତ ଝାମ୍ପି ନେଲେ ସୁନା ଚେନ୍। ମହିଳା ଜଣକ ହେଲେ ଉମାମଣି ଦାସ (୭୦)। ବାଇକ୍ରେ ଆସି ଦୁର୍ବୃତ୍ତ ପ୍ରାୟ ୩ ଭରି ଓଜନର ସୁନା ଚେନ୍ ନେଇ ଫେରାର ହୋଇଯାଇଛନ୍ତି । ବାଲେଶ୍ୱରର ନୀଳଗିରି ଏନ୍ଏସି ହାଟ ଛକ ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ବେଳେ ନୀଳଗିରି ଥାନାରେ ମହିଳା ଏନେଇ ଅଭିଯୋଗ କରିଛନ୍ତି। ଖବର ପାଇ ପୁଲିସ ପହଞ୍ଚି ସିସିଟିଭି ଯାଞ୍ଚ କରିବା ସହ ଘଟଣାର ତଦନ୍ତ କରୁଛି। ଘର ବାହାରେ ସକାଳ ସମୟରେ ଝାଡୁ କରୁଥିବା ବେଳେ ୨ ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ଚେନ୍ ଛିଣ୍ଡାଇ ପଳାଇଥିଲେ।
Powered by Froala Editor