ବ୍ରହ୍ମୋସ ଉତ୍ପାଦନ ୟୁନିଟ୍ ଉଦ୍ଘାଟନ

ଉତ୍ତର ପ୍ରଦେଶ ଲକ୍ଷ୍ନୌରେ ଉଦଘାଟନ ହେଲା ବିଶ୍ବର ସବୁଠାରୁ ଧ୍ବଂସକାରୀ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର ବ୍ରହ୍ମୋସର ଉତ୍ପାଦନ ୟୁନିଟ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ୟୁନିଟର ଉଦଘାଟନ କରିଛନ୍ତି । ଉତ୍ପାଦନ ୟୁନିଟ୍କୁ ବାର୍ଷିକ ୮୦ ରୁ ୧୦୦କ୍ଷେପଣାସ୍ତ୍ର ନିର୍ମାଣ କରିବା ପାଇଁ ଡିଜାଇନ୍ କରାଯାଇଛି।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, “ଆଜି ହେଉଛି ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ। ୧୯୯୮ ମସିହାରେ ଏହି ଦିନ, ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ, ଆମର ବୈଜ୍ଞାନିକମାନେ ପୋଖରାନରେ ପରମାଣୁ ପରୀକ୍ଷଣ କରିଥିଲେ ଏବଂ ବିଶ୍ୱକୁ ଭାରତର ଶକ୍ତି ଦେଖାଇଥିଲେ। ସେହି ପରୀକ୍ଷଣ ଆମର ବୈଜ୍ଞାନିକ, ଇଞ୍ଜିନିୟର, ପ୍ରତିରକ୍ଷା କର୍ମଚାରୀ ଏବଂ ଅନ୍ୟାନ୍ୟ ଅନେକ ଅଂଶୀଦାରଙ୍କ ଅକ୍ଳାନ୍ତ ପ୍ରୟାସର ପରିଣାମ ଥିଲା।”
ରାଜନାଥ ସିଂହ ବ୍ରହ୍ମୋସର ଶକ୍ତି ବିଷୟରେ ବ୍ୟାଖ୍ୟା କରି କହିଛନ୍ତି, ଆପଣମାନେ ସମସ୍ତେ ଜାଣନ୍ତି ଯେ, ବ୍ରହ୍ମୋସ ବିଶ୍ୱର ସବୁଠାରୁ ଦ୍ରୁତତମ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ମଧ୍ୟରୁ ଗୋଟିଏ। କିନ୍ତୁ ବ୍ରହ୍ମୋସ କେବଳ ଏକ ଅସ୍ତ୍ର ନୁହେଁ, ଏହା ନିଜେ ଏକ ବାର୍ତ୍ତା। ଆମର ସଶସ୍ତ୍ର ବାହିନୀର ଶକ୍ତି, ଆମର ଶତ୍ରୁମାନଙ୍କ ପ୍ରତି ଆମର ପ୍ରତିରୋଧ ଏବଂ ଆମର ସୀମାକୁ ସୁରକ୍ଷା ଦେବା ପାଇଁ ଆମର ପ୍ରତିବଦ୍ଧତା। ସେ କହିଛନ୍ତି, ଏହି ଉତ୍ପାଦନ ୟୁନିଟ୍ ଭାରତର ପ୍ରତିରକ୍ଷା ଉତ୍ପାଦନ କ୍ଷମତାକୁ ଆହୁରି ମଜବୁତ କରିବ ଏବଂ ଆତ୍ମନିର୍ଭରଶୀଳ ଭାରତ ଦିଗରେ ଆଉ ଏକ ଦୃଢ଼ ପଦକ୍ଷେପ।
Powered by Froala Editor