ଆକ୍ରମଣ କଲା ପାକିସ୍ତାନ: ଜମ୍ମୁ ଏୟାରପୋର୍ଟ, ରେଳ ଷ୍ଟେସନକୁ ଟାର୍ଗେଟ

ଅପରେସନ ସିନ୍ଦୂର ପରେ ଜମ୍ମୁ ଏୟାରପୋର୍ଟରେ ରକେଟ୍ ଆକ୍ରମଣ କଲା ପାକିସ୍ତାନ । ଏହା ସହିତ ଜମ୍ମୁରେ ରେଳ ଷ୍ଟେସନରେ ମଧ୍ୟ ବିସ୍ଫୋରଣ ଶବ୍ଦ ଶୁଣାଯାଇଥିବା କୁହାଯାଇଛି। ଭାରତୀୟ ସେନା ତାଙ୍କର ଆକ୍ରମଣକୁ ବିଫଳ କରିବାରେ ସଫଳ ହୋଇଛି। ଜମ୍ମୁରେ ବ୍ଲାକ ଆଉଟ ଘୋଷଣା କରାଯାଇଛି ଏବଂ ଏହାର ପରିଣାମ ସ୍ୱରୂପ ବୈଷ୍ଣୋ ଦେବୀ ମନ୍ଦିର ଉପରେ ମଧ୍ୟ ବ୍ଲାକ ଆଉଟ ଘୋଷଣା କରାଯାଇଛି। ଏହି ଆକ୍ରମଣରେ ୮-୧୦ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ପାକିସ୍ତାନର ସମସ୍ତ ୮ଟି ମିସାଇଲକୁ ନିଷ୍କ୍ରିୟ କରିଯାଇଛି।
ଜମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ବିସ୍ଫୋରଣର ଶବ୍ଦ ଶୁଭିଥିଲା । ବିସ୍ଫୋରଣ ଶବ୍ଦ ପରେ ଜୋରରେ ବାଜିଥିଲା ସାଇରନ । ହମଲା ପରେ ଜମ୍ମୁକୁ କରାଗଲା ପୂରା ବ୍ଲାକ୍ ଆଉଟ୍ । କୁପୱାଡାରେ ପ୍ରବଳ ଗୁଳିବର୍ଷା କରୁଥିଲା ପାକିସ୍ତାନ ।
ସୂଚନା ଅନୁଯାୟୀ, ଭାରତ-ପାକିସ୍ତାନ ସୀମାରେ ପାକିସ୍ତାନ ସେନାର ଟ୍ୟାଙ୍କଗୁଡିକୁ ଦ୍ରୁତ ଭାବରେ ମୁତୟନ କରାଯାଉଛି ଏବଂ ଅଧିକ ସଂଖ୍ୟକ ଟ୍ୟାଙ୍କଗୁଡିକୁ ସୀମାଦିଗରେ ଗତି କରାଯାଉଛି।
Powered by Froala Editor