୯ଟି ଆତଙ୍କବାଦୀ ଆଡ୍ଡା ଧ୍ୱଂସ

‘ଅପରେଶନ ସିନ୍ଦୂର’ ପରେ ଭାରତ ସରକାର ଏବଂ ସେନା ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମୟରେ କର୍ଣ୍ଣେଲ ସୋଫିଆ କୁରେଶୀ ଏବଂ ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ। ଏହି ସମୟରେ କୁହାଯାଇଥିଲା ଯେ ‘ଅପରେଶନ ସିନ୍ଦୂର’ ରାତି ୧.୦୫ ରୁ ୧.୩୦ ମଧ୍ୟରେ କରାଯାଇଥିଲା। ସେନା ପାକିସ୍ତାନ ଭିତରେ ୧୦୦ କିଲୋମିଟର ଭିତରକୁ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା ଏବଂ ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଥିଲା। ଭାରତର ଆକ୍ରମଣରେ ପିଓକେରେ ପାଞ୍ଚଟି ଏବଂ ପାକିସ୍ତାନରେ ଚାରୋଟି ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ ହୋଇଥିଲା।
ଏଥିସହ ସେ କହିଛନ୍ତି ଯେ, ଭାରତ ଉପରେ ଆହୁରି ଆକ୍ରମଣ ହୋଇପାରେ ବୋଲି ଗୁଇନ୍ଦା ସଂସ୍ଥାଗୁଡ଼ିକ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି ଆକ୍ରମଣ ସ୍ପଷ୍ଟ ଭାବେ ଜମ୍ମୁ-କାଶ୍ମୀରର ସ୍ୱାଭାବିକ ସ୍ଥିତିକୁ ବ୍ୟାହତ କରିବା ପାଇଁ କରାଯାଇଥିଲା। ଗତ ବର୍ଷ ୨.୨୫ କୋଟିରୁ ଅଧିକ ପର୍ଯ୍ୟଟକ କାଶ୍ମୀର ଆସିଥିଲେ। ଜମ୍ମୁ-କାଶ୍ମୀରକୁ ପଛୁଆ କରି ରଖିବା ଆକ୍ରମଣର ମୂଳ ଉେଦ୍ଦେଶ୍ୟ ଥିଲା। ସାମ୍ପ୍ରଦାୟିକ ଦଙ୍ଗାକୁ ଉସୁକାଇବା ପାଇଁ ମଧ୍ୟ ଏହି ଆକ୍ରମଣ କରାଯାଇଥିଲା।
କର୍ଣ୍ଣେଲ ସୋଫିଆ କୁରେଶୀ କହିଛନ୍ତି, ‘ମୁଜାଫରବାଦର ଶ୍ୱାଇ ନାଲା କ୍ୟାମ୍ପ ଲସ୍କର-ଏ-ତୋଇବାଙ୍କର ଏକ ଶିବିର। ୨୦ ଅକ୍ଟୋବର ୨୦୨୪ରେ ସୋନମାର୍ଗ, ୨୪ ଅକ୍ଟୋବର ୨୦୨୪ରେ ଗୁଲମାର୍ଗ ଏବଂ ୨୨ ଏପ୍ରିଲ ୨୦୨୫ରେ ପହଲଗାମରେ ହୋଇଥିବା ଆକ୍ରମଣ ପାଇଁ ଦାୟୀ ଆତଙ୍କବାଦୀମାନଙ୍କୁ ଏଠାରେ ତାଲିମ ଦିଆଯାଇଥିଲା। ସେ ମୁଜାଫରାବାଦର ସୟଦନା ବିଲାଲ ଶିବିର ଉପରେ ହୋଇଥିବା ଆକ୍ରମଣ ବିଷୟରେ ମଧ୍ୟ ସୂଚନା ଦେଇଥିଲେ, ଏହା ଜୈଶ-ଏ-ମହମ୍ମଦର ଏକ ଶିବିର, ଯାହା ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଏବଂ ତାଲିମ କେନ୍ଦ୍ର ଭାବରେ କାର୍ଯ୍ୟ କରେ। ଏହାକୁ ମଧ୍ୟ ଭାଙ୍ଗି ଦିଆଯାଇଥିଲା।
Powered by Froala Editor