ଅହମ୍ମଦାବାଦରେ ହେବ ରଥଯାତ୍ରା
ଅହମ୍ମଦାବାଦ: ଚଳିତ ବର୍ଷ ଅହମ୍ମଦାବାଦରେ ରଥଯାତ୍ରା ହେବ । ଆସନ୍ତା ୧୨ ତାରିଖରେ ୧୪୪ତମ ରଥଯାତ୍ରା ପାଇଁ ଗୁଜୁରାଟ ସରକାର ଅନୁମତି ଦେଇଛନ୍ତି । ତେବେ ରଥଯାତ୍ରା ବେଳେ କର୍ଫୁ୍ୟ ବଳବତ୍ତର ରହିବ ଏବଂ କୋଭିଡ ମାର୍ଗଦର୍ଶିକା କଡ଼ାକଡ଼ି ପାଳନ କରାଯିବ । ୪ ଘଣ୍ଟାରେ ରଥଟଣା କାର୍ଯ୍ୟ ସାରିବାକୁ କୁହାଯାଇଛି । ୩ ରଥ ଟାଣିବା ପାଇଁ ମାତ୍ର ୬୦ ଜଣଙ୍କୁ ଅନୁମତି ଦିଆଯାଇଛି । ପ୍ରତିରଥ ୨୦ ଜଣ ଲେଖାଏ ଟାଣିବେ । ୪୮ ଘଣ୍ଟା ପୂର୍ବରୁ ସେମାନଙ୍କର କୋଭିଡ ଟେଷ୍ଟ କରାଯିବ । ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଉପସ୍ଥିତ ରହିବେ । ସଂକ୍ରମଣ ଦୃଷ୍ଟିରୁ ଗତବର୍ଷ ରଥଯାତ୍ରା କରାଯାଇନଥିଲା । ରଥଯାତ୍ରା ଲାଗି ଅନୁମତି ଦେବାକୁ ରାଜ୍ୟ ସରକାର କରିଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଥିଲେ ।
Powered by Froala Editor