କେରଳରେ ଜିକା ଭାଇରାସ ଚିହ୍ନଟ
କେରଳ:ଦେଶରେ କରୋନା ମହାମାରୀ ଜାରି ରହିଥିବା ବେଳେ କେରଳରେ ଏବର୍ଷର ପ୍ରଥମ ଜିକା ଭାଇରାସ ଚିହ୍ନଟ ହୋଇଛି । ସ୍ୱାସ୍ଥ୍ୟମନ୍ତ୍ରୀ ଭେନା ଜର୍ଜ ଗୁରୁବାର କହିଛନ୍ତି ଯେ ରାଜ୍ୟରେ ଜିକା ଜୀବାଣୁ ଚିହ୍ନଟ ହୋଇଛି। ଜଣେ ୨୪ ବର୍ଷ ବୟସ୍କା ଗର୍ଭବତୀ ମହିଳାଙ୍କୁ ମଶା ସଂକ୍ରମିତ ରୋଗରେ ଆକ୍ରାନ୍ତ ହୋଇଛନ୍ତି ।ତେବେ ଜିକା ଭାଇରସ୍ ଗର୍ଭବତୀ ମହିଳାମାନଙ୍କ ପାଇଁ ଜଟିଳତା ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି ।
ଜଣେ ୨୪ ବର୍ଷ ବୟସ୍କା ଗର୍ଭବତୀ ମହିଳା ଗତ ମାସରେ ଜ୍ୱର, ମୁଣ୍ଡବିନ୍ଧା ଓ ଘା’ ରୋଗରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତୀ ହୋଇଥିଲେ । ସେଠାରେ ପରୀକ୍ଷିତ ୧୯ ଟି ନମୁନାରୁ ୧୩ଟି ଜିକାକୁ ଚିହ୍ନଟ ହୋଇଥିଲା। ସମସ୍ତ ନମୁନା ବର୍ତ୍ତମାନ ପୁଣେକୁ ପଠାଯାଇଛି ବୋଲି ସେ କହିଛନ୍ତି। ଜର୍ଜ କହିଛନ୍ତି ଏଡିସ୍ ପ୍ରଜାତିର ମଶାଙ୍କ ନମୁନା ସଂଗ୍ରହ କରି ଏହାକୁ କାମୁଡ଼ିବା ଦ୍ୱାରା ଲୋକଙ୍କ ଏହି ରୋଗର ଶିକାର ହେଉଛନ୍ତି। ସମସ୍ତ ଜିଲ୍ଲାକୁ ଏ ବିଷୟରେ ସଚେତନ କରାଯାଇଛି ଏବଂ ପଦକ୍ଷେପ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି ।
Powered by Froala Editor