ଗୌତମ ଗମ୍ଭୀରଙ୍କୁ ଆଇଏସଆଇଏସ କଶ୍ମୀର ଦେଇଛି ହତ୍ୟା ଧମକ

ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍ ତଥା ବିଜେପିର ପୂର୍ବତନ ସାଂସଦ ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ ମିଳିଛି। କୁହାଯାଉଛି ଯେ, ଗମ୍ଭୀରଙ୍କୁ ଇମେଲ୍ ମାଧ୍ୟମରେ ଧମକ ଦିଆଯାଇଛି। ଇମେଲ୍ରେ କେବଳ ତିନୋଟି ଶବ୍ଦ ଲେଖାଯାଇଛି -ମୁଁ ତୁମକୁ ହତ୍ୟା କରିବି। ଏଭଳି ଧମକ ପାଇବା ପରେ ଗମ୍ଭୀର ତୁରନ୍ତ ଏହି ଇମେଲ୍ ବିଷୟରେ ପୁଲିସକୁ ଜଣାଇଥିଲେ। ପ୍ରାରମ୍ଭିକ ତଦନ୍ତ ଅନୁସାରେ, ଏହି ଧମକ ଆଇଏସଆଇଏସ କଶ୍ମୀର ଦେଇଛି। ଧମକ ମିଳିବା ପରେ ଗାମ୍ଭୀର ଏ ସମ୍ପର୍କରେ ଦିଲ୍ଲୀ ପୁଲିସ ନିକଟରେ ଅଭିଯୋଗ କରିବା ସହିତ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇଦେବାକୁ ଅନୁରୋଧ କରିଛନ୍ତି।
ପୁଲିସ ଅଧିକାରୀଙ୍କ ଅନୁଯାୟୀ, ଇମେଲ୍ ପଠାଇଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ ପ୍ରୟାସ କରାଯାଉଛି। ଏଥିପାଇଁ, ସାଇବର ସେଲ୍ ଟିମ୍ ଇମେଲକୁ ଟ୍ରାକ୍ କରିବାକୁ ଚେଷ୍ଟା କରୁଛି ଏବଂ ବୈଷୟିକ ବିଶ୍ଳେଷଣ ମାଧ୍ୟମରେ ଏହାର ତଦନ୍ତ କରୁଛି। ଏହି ଇମେଲ୍ କିଏ ଏବଂ କେଉଁଠାରୁ ପଠାଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ରଜିନ୍ଦର ନଗର ପୁଲିସ ଷ୍ଟେସନରେ ଏନେଇ ଅଭିଯୋଗ ଦାଖଲ କରାଯାଇଥିବା ସାମ୍ନାକୁ ଆସିଛି।
ଗତ ୨୨ ତାରିଖରେ ଗାମ୍ଭୀରଙ୍କୁ ୨ଟି ଧମକପୂର୍ଣ୍ଣ ମେଲ୍ ମିଳିଛି। ମୁଁ ତୁମକୁ ହତ୍ୟା କରିବି ବୋଲି ଉଭୟ ମେଲ୍ରେ ଧମକ ଦିଆଯାଇଛି। ପୂର୍ବରୁ ମଧ୍ୟ ୨୦୨୧ ନଭେମ୍ବରରେ ଗାମ୍ଭୀରଙ୍କୁ ଅନୁରୂପ ଧମକପୂର୍ଣ୍ଣ ମେଲ୍ ମିଳିଥିଲା।
Powered by Froala Editor