ନିଯୁକ୍ତି ପ୍ରକ୍ରିୟାରେ ଦୁର୍ନୀତି: ୩ ନୌସେନା କର୍ମଚାରୀ ଗିରଫ
ଭାରତୀୟ ନୌସେନାର ନିଯୁକ୍ତି ପ୍ରକ୍ରିୟାରେ ବଡ଼ଧରଣର ଦୁର୍ନୀତି ହୋଇଥିବା ନେଇ ଜଣାପଡ଼ିଛି। ବାଲୁଗାଁ ସ୍ଥିତ ନୌସେନା ତାଲିମ କେନ୍ଦ୍ର (INS ଚିଲିକା)ରେ ଅଗ୍ନିବୀର ଚାକିରୀ କରାଇଦେବା ପାଇଁ ହୋଇଥିଲା ଲାଞ୍ଚ କାରବାରରେ ପୁଲିସ ତିନି ଜଣ ନୌସେନାର କର୍ମଚାରୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଭୂଷଣ, ସତ୍ୟମ ଚହର ଓ ବିନୟ କୁମାର ରାୟ। ଏହାର ପର୍ଦ୍ଦାଫାଶ ହୋଇଛି ବୋଲି ଖୋର୍ଦ୍ଧା SP ସାଗରିକା ନାଥ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଖୋର୍ଦ୍ଧା ପୁଲିସ ଏମାନଙ୍କର ଠାରୁ ୪ଟି ମୋବାଇଲ ଜବତ କରିଛି। ଏହି ଘଟଣାରେ ଅନ୍ୟ ୨ ଜଣଙ୍କର ସଂପୃକ୍ତି ଥିବା ପୁଲିସ ଜାଣିବାକୁ ପାଇଛି।
ସାଗରିକା ନାଥ ଗଣମାଧ୍ୟମକୁ କହିଛନ୍ତି, ଅଭିଯୁକ୍ତମାନେ ଅଗ୍ନିବୀରରେ ନିଯୁକ୍ତି କରାଇବାକୁ ଲକ୍ଷ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ। ଗିରଫ ୩ ଜଣ ଆଇଏନ୍ଏସ୍ ନାଭାଲ ଚିଲିକାରେ କାର୍ଯ୍ୟରତ। ଏମାନଙ୍କର ମଧ୍ୟରୁ ଉତ୍ତର ପ୍ରଦେଶ ବାସନ୍ଦା ଭୂଷଣ ଚାକିରିରୁ ଅବସର ନେଇ ସାରିଛନ୍ତି। ସତ୍ୟମ ଚହର ଆଇଏନ୍ଏସ୍ କେସରୀରେ କାର୍ଯ୍ୟରତ ଅଛନ୍ତି। ବିନୟ କୁମାର ରାୟ ଆଇଏନ୍ଏସ୍ ଚିଲିକାରେ କାର୍ଯ୍ୟରତ ଅଛନ୍ତି। ସନ୍ଦେହ କରାଯାଉଥିବା ଆଉ ୨ ଜଣ ଆଣ୍ଡାମାନ ନିକୋବର ଆଇଏନ୍ଏସ୍ କେଶରୀରେ କାର୍ଯ୍ୟରତ ଅଛନ୍ତି।
ତିନି ଅଭିଯୁକ୍ତ ବିଭିନ୍ନ ଉପାୟରେ ଚାକିରି କରାଇ ଦେବାକୁ କହି ୩୦ ହଜାରରୁ ଏକ ଲକ୍ଷ ୨୦ ହଜାର ପର୍ଯ୍ୟନ୍ତ ଟଙ୍କା ନେଉଥିଲେ । ଗତ ୧୯ ତାରିଖ ଦିନ ଏନେଇ ବାଲୁଗାଁ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ଅଗ୍ନିବୀର ପରୀକ୍ଷା ସଂପର୍କିତ ଦୁର୍ନୀତି ହୋଇଛି ବୋଲି ଜଣାପଡ଼ିଥିଲା। ଆଶାୟୀ ପ୍ରାର୍ଥୀମାନେ ନଭେମ୍ବର ୨୦୨୪ରେ ପରୀକ୍ଷା ଦେଇଥିଲେ। ପିଲାମାନଙ୍କୁ ପାସ୍ କରାଇଦେବା ତଥା ଅନ୍ୟ କାର୍ଯ୍ୟ ପାଇଁ ଅଭିଯୁକ୍ତମାନେ ମୋଟା ଅଙ୍କର ପରୀକ୍ଷା ନେଇଥିଲେ। ଅଭିଯୋଗ ପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେଇଛି ବାଲୁଗାଁ ପୁଲିସ ।

Powered by Froala Editor