ଦିଲ୍ଲୀ ସ୍ଥିତ ପାକିସ୍ତାନ ହାଇ କମିଶନକୁ କର୍ମଚାରୀ ନେଉଛନ୍ତି କେକ୍, ଭିଡିଓକୁ ନେଇ ଅସନ୍ତୋଷ

ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୮ ଜଣଙ୍କ ମୃତ୍ୟୁ ପରେ ଦେଶରେ ପ୍ରବଳ କ୍ରୋଧ ପ୍ରକାଶ ପାଇଛି। ଦେଶରେ ପାକିସ୍ତାନ ଏବଂ ଆତଙ୍କବାଦୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି। ଏଭଳି ସମୟରେ ଦିଲ୍ଲୀରେ ଥିବା ପାକିସ୍ତାନ ହାଇକମିଶନକୁ କେକ ଅର୍ଡର କରାଯାଇଛି। ଦିଲ୍ଲୀରେ ଥିବା ପାକିସ୍ତାନ ହାଇକମିଶନ ଭିତରକୁ ଜଣେ କର୍ମଚାରୀ କେକ୍ ନେଇ ଯାଉଥିବା ଦୃଶ୍ୟ ସାମ୍ନାକୁ ଆସିଛି । ଯାହାକୁ ନେଇ ସାଧାରଣଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ତେବେ କାହିଁକି ଏବଂ କେଉଁ କାରଣରୁ କେକ୍ ମଗାଯାଇଛି ତାହା ସ୍ପଷ୍ଟ ହୋଇନାହିଁ।
ସେଠାରେ ଉପସ୍ଥିତ ଖବରଦାତାମାନେ ସେହି ବ୍ୟକ୍ତିଙ୍କୁ ସେ କିଏ, କାହା ପାଇଁ ସେ କେକ ନେଉଥିଲେ, ଦୂତାବାସ ଭିତରେ କୌଣସି ପାର୍ଟି ଚାଲିଛି କି, କିମ୍ବା କିଏ କେକ ଅର୍ଡର କରିଥିଲା ଭଳି ଅନେକ ପ୍ରଶ୍ନ ପଚାରିଥିଲେ, କିନ୍ତୁ ସେହି ବ୍ୟକ୍ତି କୌଣସି ଉତ୍ତର ଦେଇ ନ ଥିଲେ। ସେ ଚୁପଚାପ କମିଶନ ଭିତରକୁ ଚାଲି ଯାଇଥିଲେ।
ଜମ୍ମୁ-କାଶ୍ମୀରର ପହଲଗାମ୍ରେ ଆତଙ୍କୀ ହମ୍ଲାରେ ୨୬ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଯାଇଛି । ଯେଉଁଥିରେ ୨ ଜଣ ବିଦେଶୀ ପର୍ଯ୍ୟଟକ ରହିଛନ୍ତି । ଏହି ଆତଙ୍କୀ ହମ୍ଲାକୁ ନେଇ ସାରା ଦେଶରେ ଅସନ୍ତୋଷର ମାହୋଲ ରହିଛି ।
ଅପରପକ୍ଷେ ଦିଲ୍ଲୀରେ ପାକିସ୍ତାନ ଦୂତାବାସ ନିକଟରେ ଲଗାଯାଇଥିବା ବ୍ୟାରିକେଡ୍ଗୁଡ଼ିକୁ ପୋଲିସ ହଟାଇ ଦେଇଛି। ଏପରିକି ଭାରତ ପାକିସ୍ତାନ ବିରୋଧରେ ଆଉ ଏକ କଠୋର ଆଭିମୁଖ୍ୟ ଦେଖାଇଛି। ଭାରତରେ ପାକିସ୍ତାନ ସରକାରଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ’X’ ଆକାଉଣ୍ଟକୁ ବ୍ଲକ୍ କରାଯାଇଛି।
Powered by Froala Editor