ଚାରି ଆତଙ୍କୀଙ୍କ ସ୍କେଚ୍ ଜାରି

ଜମ୍ମୁ-କାଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସାମିଲ ଥିବା ଚାରି ଜଣ ଆତଙ୍କବାଦୀଙ୍କ ଫଟୋଗ୍ରାଫ ସୁରକ୍ଷା ଏଜେନ୍ସିଗୁଡ଼ିକ ଜାରି କରିଛନ୍ତି। ଏହି ଚିତ୍ରରେ ଚାରି ଜଣ ଆତଙ୍କବାଦୀ ପରସ୍ପର କାନ୍ଧରେ ହାତ ରଖି ଠିଆ ହୋଇଛନ୍ତି।
ଏହା ପୂର୍ବରୁ, ଏହି ଆକ୍ରମଣର ତଦନ୍ତ କରୁଥିବା ଏନଆଇଏ ତିନି ଜଣ ଆତଙ୍କବାଦୀଙ୍କ ସ୍କେଚ୍ ପ୍ରସ୍ତୁତ କରିଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ସହ କଥାବାର୍ତ୍ତା କରିବା ପରେ ଜାତୀୟ ତଦନ୍ତ ସଂସ୍ଥା ଆତଙ୍କବାଦୀଙ୍କ ଏହି ସ୍କେଚ୍ ପ୍ରସ୍ତୁତ କରିଛି। ସେମାନେ ସମସ୍ତେ ଲସ୍କର-ଏ-ତୋଇବା ସହିତ ଜଡିତ । ସୁରକ୍ଷା ଏଜେନ୍ସିଗୁଡ଼ିକ ଆତଙ୍କବାଦୀଙ୍କୁ ଖୋଜିବା ଏବଂ ଏହି ଆକ୍ରମଣ ପଛରେ ଥିବା ନିଷ୍ଠୁର ଯୋଜନାର ପର୍ଦ୍ଦାଫାଶ କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରୁଛନ୍ତି।
ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୮ ଜଣଙ୍କର ମୃତ୍ୟୁ ହୋଇଛି। ଏମାନଙ୍କ ମଧ୍ୟରେ ୨୬ ଜଣ ପର୍ଯ୍ୟଟକ ଅଛନ୍ତି। ଏନଆଇଏ ଅନ୍ୟ ସୁରକ୍ଷା ଏଜେନ୍ସିଗୁଡ଼ିକ ସହିତ ମିଶି ପହଲଗାମ ଆକ୍ରମଣର ତଦନ୍ତ କରୁଛନ୍ତି।
କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ କଶ୍ମୀର ଯାଇ ଲେଫ୍ଟନାଣ୍ଟ ଗଭର୍ନର ମନୋଜ ସିହ୍ନା ଏବଂ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲାଙ୍କ ସହିତ ପରିସ୍ଥିତି ସମୀକ୍ଷା କରିଛନ୍ତି। ସେହି ସମୟରେ, ଜମ୍ମୁ-କାଶ୍ମୀର ସରକାର ଆକ୍ରମଣରେ ମୃତ ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା, ଗୁରୁତର ଆହତଙ୍କୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୧ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି।
Powered by Froala Editor