କାର୍ ଦୁର୍ଘଟଣାରେ ଏୟାର ହୋଷ୍ଟେସ୍ଙ୍କ ମୃତ୍ୟୁ

ଏକ କାର୍ କେନାଲରେ ଖସି ପଡ଼ିବାରୁ ଏୟାର ହୋଷ୍ଟେସଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ଘଟିବା ସମୟରେ ମୃତକ ୨୧ ବର୍ଷୀୟା ଏୟାର ହୋଷ୍ଟେସ ତାଙ୍କ ବନ୍ଧୁମାନଙ୍କ ସହ ବୁଲିବାକୁ ଯାଇଥିଲେ। ଏହି ଘଟଣା ପରେ, ପୁଲିସ ଗାଡି ଚଳାଉଥିବା ବନ୍ଧୁଙ୍କ ବିରୋଧରେ ଗାଡ଼ି ଚଳାଇବାରେ ଅବହେଳା କରିଥିବା ନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଦୁର୍ଘଟଣାଟି ଘଟିଛି ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ। ଘରେ ନ ଜଣେଇ ସାଙ୍ଗ ମାନଙ୍କ ସହ ବୁଲିବାକୁ ଯାଇଥିଲେ ୨୧ ବର୍ଷୀୟା ଏୟାର ହୋଷ୍ଟେସ ହର୍ଷିତା। ଦ୍ରୁତଗାମୀ କାର୍ କେନାଲରେ ଖସି ପଡ଼ିବାରୁ କାର୍ରେ ଯାତ୍ରା କରୁଥିବା ଏୟାର ହୋଷ୍ଟେସଙ୍କ ମୃତ୍ୟୁ ଘଟିଛି।
ହେଲେ ମୃତ୍ୟୁର ପ୍ରମୁଖ କାରଣ ଥିଲା ଗାଈ। କାରଣ ୨୧ବର୍ଷୀୟା ହର୍ଷିତା ଗୁରୁବାର ବିଳମ୍ବିତ ରାତିରେ ତାଙ୍କ ବନ୍ଧୁ ଜୟ ଏବଂ ସୁଜଲଙ୍କ ସହ ବୁଲିବାକୁ ଯାଇଥିଲେ। କୋଲାର ସିକ୍ସ ଲେନର ହୋଲି କ୍ରସ୍ ସ୍କୁଲ୍ ନିକଟରେ ହଠାତ୍ ଗୋଟିଏ ଗାଈ ତାଙ୍କ ଗାଡ଼ି ଆଗକୁ ଚାଲି ଆସିଥିଲା। ଏହି ସମୟରେ କାର୍ଟି ଦ୍ରୁତ ଗତିରେ ଥିବାରୁ କାର ଚଳାଉଥିବା ଜୟ ନିୟନ୍ତ୍ରଣ ହରାଇଥିଲେ। ଏହା ପରେ କାର୍ଟି ରାସ୍ତା ପାର୍ଶ୍ବରେ ଥିବା କେନାଲରେ ଯାଇ ପଡ଼ିଥିଲା। ଦୁର୍ଘଟଣା ପରେ ଜୟ ଓ ସୁଜଲ ବାହାରି ହର୍ଷତାଙ୍କୁ ବାହାର କରିଥିଲେ। ତୁରନ୍ତ ହର୍ଷିତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Powered by Froala Editor