କର୍ମଚାରୀଙ୍କୁ ଅକଥନୀୟ ନିର୍ଯାତନା ; ବିଦ୍ୟୁତ ଆଘାତ ଦେବା ସହ ନଖ ଉପାଡ଼ି ଦେଲେ

କାମ ଛାଡ଼ିବାକୁ କହିବାରୁ ଦୁଇ ଜଣ କର୍ମଚାରୀଙ୍କୁ ମାଲିକ ଅକଥନୀୟ ନିର୍ଯାତନା ଦେଇଛନ୍ତି। ସହଯୋଗୀଙ୍କ ସହ ମିଶି ଦୁଇ ଶ୍ରମିକଙ୍କୁ ଏମିତି ନିର୍ଯାତନା ଦେଇଛନ୍ତି ଯେ, ଶୁଣିଲେ ପାଦ ତଳୁ ମାଟି ଖସିଯିବ । ତେବେ କୌଣସି ପ୍ରକାରେ ଶ୍ରମିକ ଦ୍ବୟ ସେମାନଙ୍କ କବଳରୁ ଖସି ଆସି ଥାନାରେ ପହଞ୍ଚିବା ପରେ ଘଟଣା ପଦାକୁ ଆସିଛି ।
ଦୁଇ ପୀଡ଼ିତ ହେଲେ ଅଭିଷେକ ଭାମ୍ବି ଏବଂ ବିନୋଦ ଭାମ୍ବି । ସେମାନେ ରାଜସ୍ଥାନ ଭିଲବାରା ଜିଲ୍ଲାର । ଛତିଶଗଡ଼ ଖପ୍ରଭଟ୍ଟି ଅଞ୍ଚଳର ଏକ ଆଇସକ୍ରିମ କାରଖାନାରେ କାମ କରୁଥିଲେ । କାରଖାନାର ମାଲିକ ଛୁଟୁ ଗୁର୍ଜର ବୋଲି ଜଣାପଡ଼ିଛି । ଗତ ଏପ୍ରିଲ ୧୪ ତାରିଖରେ ଏହି ଘଟଣା ଘଟିଥିବା ବେଳେ କଥା ଏବେ ପଦାକୁ ଆସିଛି ।
ସଂସ୍ଥାର ମାଲିକ ଏବଂ କିଛି କର୍ମଚାରୀ ତଳିଆ କର୍ମଚାରୀ ଦୁଇ ଜଣଙ୍କୁ ବାନ୍ଧି ସେମାନଙ୍କ ନଖ ଉପାଡ଼ି ଦେଇଛନ୍ତି। ଏତିକିରେ ନିର୍ଯାତନା ସରିନାହିଁ। ପରେ ଉଭୟଙ୍କୁ ବିଦ୍ୟୁତ ଦ୍ଵାରା ଆଘାତ ଦେଇଛନ୍ତି। ଦୁଇ ଶ୍ରମିକ ସେମାନଙ୍କ କବଳରୁ ଖସି ଆସି ଗୁଲାବପୁର ପୋଲିସ ଷ୍ଟେସନରେ ପହଞ୍ଚି ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
ଅନ୍ୟପଟେ ମାଲିକ ବି ସେମାନଙ୍କ ବିରୋଧରେ ପାଲଟା ଚୋରି ଅଭିଯୋଗ ଆଣିଛନ୍ତି। ଉଭୟ ଥାନାର ପୁଲିସ ମିଳିତ ଭାବେ ଏହାର ତଦନ୍ତ ଚଳାଇଛନ୍ତି।
Powered by Froala Editor