ବେଲଜିୟମରୁ ଗିରଫ ମେହୁଲ ଚୋକସୀ

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଋଣ ଠକେଇ ମାମଲାରେ ବେଲଜିୟମରୁ ଗିରଫ ହୋଇଛି ପଳାତକ ମେହୁଲ ଚୋକସୀ । ପାଖାପାଖି ସାଢ଼େ ୧୩ ହଜାର କୋଟି ଟଙ୍କାର ଠକେଇ ମାମଲାର ଅଭିଯୁକ୍ତ ଚୋକସୀକୁ ଦୀର୍ଘ ଦିନ ଧରି ଭାରତ ସରକାର ତଲାସ କରୁଥିଲେ । ୨୦୧୮ରୁ ଚୋକସୀ ଭାରତର ଯାଞ୍ଚ ଏଜେନ୍ସିକୁ ଚକମା ଦେଇ ଆସୁଥିଲା । ନିକଟରେ ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ରାଣାକୁ ଆମେରିକାରୁ ଭାରତକୁ ପ୍ରତ୍ୟର୍ପଣ କରାଯାଇଥିଲା । ତେଣୁ ଏବେ ବେଲଜିୟମ ସରକାର ମଧ୍ୟ ଚୋକସୀକୁ ପ୍ରତ୍ୟର୍ପଣ କରିବେ କି ବୋଲି ପ୍ରଶ୍ନ ଉଠିଛି ।
ମେହୁଲ ଚୋକସୀ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୩,୫୦୦ କୋଟି ଟଙ୍କାର ଋଣ ଠକେଇ କରିଥିଲେ ଏବଂ ଗିରଫଦାରୀ ଏଡାଇବା ପାଇଁ ସେ ଭାରତରୁ ବେଲଜିୟମ ପଳାଇ ଯାଇଥିଲେ। ସେଠାରେ ସେ ତାଙ୍କ ପତ୍ନୀ ପ୍ରୀତି ଚୋକସୀଙ୍କ ସହ ଆଣ୍ଟୱର୍ପରେ ରହୁଥିଲେ। ପ୍ରୀତି ଚୋକସୀ ବେଲଜିୟମର ନାଗରିକତ୍ୱ ଧାରଣ କରିଛନ୍ତି। ଅନେକ ରିପୋର୍ଟରେ ଏହା ପ୍ରକାଶ ପାଇଛି ଯେ ଚୋକସୀଙ୍କର ବେଲଜିୟମରେ ‘F ରେସିଡେନ୍ସି କାର୍ଡ’ ଅଛି ଏବଂ ସେ ଚିକିତ୍ସା ପାଇଁ ଆଣ୍ଟିଗୁଆରୁ ବେଲଜିୟମ ଆସିଛନ୍ତି।
ଚୋକସୀର ଗିରଫ ପରେ ଖୁବଶୀଘ୍ର ତାକୁ ମଧ୍ୟ ଭାରତକୁ ଅଣାଯିବ ବୋଲି ପ୍ରଶ୍ନ ଉଠିଛି । ଏଭଳି ସ୍ଥିତିରେ ଭାରତ ଓ ବେଲଜିୟମ ମଧ୍ୟରେ ପ୍ରତ୍ୟର୍ପଣ ସନ୍ଧି କିପରି ରହିଛି ତାହା ଜାଣିବାର ଆବଶ୍ୟକତା ରହିଛି ।
Powered by Froala Editor