ପୁଅ ପାଇଁ ତିରୁମାଲାଙ୍କ ପାଖରେ କେଶ ଦାନ କଲେ ପବନ କଲ୍ୟାଣଙ୍କ ପତ୍ନୀ

ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ ପତ୍ନୀ ଆନ୍ନା କୋନିଡେଲା ତିରୁମାଲା ମନ୍ଦିରରେ ସମସ୍ତ କେଶ ଅର୍ପଣ କରିଛନ୍ତି। ଆନ୍ନା ତାଙ୍କ ପୁଅର ସୁରକ୍ଷାର ଖୁସିରେ ଏହି ନିଷ୍ପତ୍ତି ନେଇଛନ୍ତି। ମନ୍ଦିରରେ ତାଙ୍କ କେଶ ଲଣ୍ଡା ହେଉଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଜନସେନା ପାର୍ଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଆନ୍ନା କୋନିଡେଲାଙ୍କ କେଶ ଦାନ କରିବାର ଫଟୋ ଶେୟାର କରିଛି। ପାର୍ଟି ପୋଷ୍ଟରେ ଲେଖିଛନ୍ତି, ‘ଶ୍ରୀମତୀ ଆନ୍ନା କୋନିଡେଲା ତିରୁମାଲାରେ ଭଗବାନ ଭେଙ୍କଟେଶ୍ୱରଙ୍କୁ ତାଙ୍କର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।’
ଗତ ସପ୍ତାହରେ, ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ଏବଂ ଆନ୍ନା କୋନିଡେଲାଙ୍କ ପୁଅ ସହିତ ଏକ ଦୁର୍ଘଟଣା ଘଟିଥିଲା। ସେ ନିଆଁରେ ପୋଡ଼ି ଯାଇଥିଲେ । ତାଙ୍କ ମାଆ ଆନ୍ନା ମନ୍ଦିରରେ ପୁଅର ସୁରକ୍ଷା ପାଇଁ ପ୍ରାର୍ଥନା କରିଥିଲେ ଏବଂ ତାଙ୍କ ପୁଅ ସୁସ୍ଥ ହେବା ପରେ ସେ ମନ୍ଦିରକୁ ତାଙ୍କ କେଶ ଦାନ କରିବେ କହିଥିଲେ। ଏବେ ଆନ୍ନା କୋନିଡେଲାଙ୍କ ପୁଅ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି।
ଏହି ଘଟଣା ପରେ, ଆନ୍ନା ପଦ୍ମାବତୀ କଲ୍ୟାଣ କଟ୍ଟାରେ ନିଜର କେଶ ଅର୍ପଣ କରିଥିଲେ ଏବଂ ପୂଜାରେ ଅଂଶଗ୍ରହଣ କରିଥିଲେ।’
Powered by Froala Editor