ସ୍ଵାମୀଙ୍କ ପୁଲିସ ପୋଷାକ ପିନ୍ଧି ଲୋକଙ୍କୁ ଠକୁଥିଲେ ସ୍ତ୍ରୀ, ହେଲେ ଗିରଫ
ଭୁବନେଶ୍ବର: ସ୍ଵାମୀଙ୍କ ପୁଲିସ ପୋଷାକ ପିନ୍ଧି ଲୋକଙ୍କୁ ଠକୁଥିଲେ ସ୍ତ୍ରୀ। ନିଜକୁ ଆଇଆଇସି ପରିଚୟ ଦେଇ ଲୋକଙ୍କଠାରୁ ଟଙ୍କା ଲୁଟୁଥିଲେ। ଏଭଳି ଜଣେ ମହିଳାଙ୍କୁ ଗିରଫ କରିଛି କମିଶନରେଟ ପୁଲିସ। ଠକେଇର ଶିକାର ହୋଇଥିବା ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ପୁଲିସ ଏହି ପଦକ୍ଷେପ ନେଇଛି। ଅଭିଯୁକ୍ତ ମହିଳା ହେଉଛନ୍ତି ସଂଯୁକ୍ତା ଭୂୟାଁ।
ସୂଚନା ଅନୁସାରେ, ସଂଯୁକ୍ତାଙ୍କ ସ୍ଵାମୀ ଏସଓଜିରେ କନଷ୍ଟେବଳ ଭାବେ କାର୍ଯ୍ୟ କରନ୍ତି। ସଂଯୁକ୍ତା ତାଙ୍କ ସ୍ଵାମୀଙ୍କ ପୋଷାକ ପିନ୍ଧି ଫଟୋ ଉଠାଇ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ଡିପି ରଖିଥିଲେ। ଏହା ପରେ ସେ ଲୋକଙ୍କ ସହିତ ବନ୍ଧୁତା ସ୍ଥାପନ କରୁଥିଲେ। ପୁଲିସ ପୋଷାକର କ୍ଷମତାକୁ ସେ ଅପବ୍ୟବହାର କରି ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକିଥିଲେ। ଅନ୍ଧାରୁଆ ଅଞ୍ଚଳର ଜଣେ ଦମ୍ପତିଙ୍କୁ ସେ ୮ ଲକ୍ଷ ୭୫ ହଜାର ଟଙ୍କା ଠକେଇ କରିଥିଲେ। ଏ ନେଇ ବିଷ୍ଣୁ ପ୍ରସାଦ ମୁଦୁଲି ନାମକ ବ୍ୟକ୍ତି ପୁଲିସ କମିଶନରଙ୍କୁ ଭେଟି ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗର ତଦନ୍ତ କରି ଠକେଇର ପର୍ଦ୍ଦାଫାଶ କରିଛି।
Powered by Froala Editor