କୋଟିପତି କରିଦେଲା ବାପାଙ୍କ ୬୨ ବର୍ଷ ତଳର ପାସ୍ବୁକ୍

ଘରେ ଅଳିଆରେ ପଡିଥିବା ତାଙ୍କ ବାପାଙ୍କ ପାସ୍ବୁକ୍ ଜଣେ ବ୍ୟକ୍ତିଙ୍କୁ କୋଟିପତି କରିଦେଇଛି । ଏମିତି ହିଁ ଘଟିଛି ଚିଲିର ଏକ୍ସେକିଲ୍ ହିନୋଜୋସା ନାମକ ଜଣେ ବ୍ୟକ୍ତିଙ୍କ ସହ । ପାସ୍ବୁକ୍ଟି ୬୨ ବର୍ଷ ପୁରୁଣା । ହିନୋଜୋସାଙ୍କ ବାପାଙ୍କ ୧୯୬୦-୭୦ ଦଶକରେ ଏକ ବ୍ୟାଙ୍କରେ ପ୍ରାୟ ୧.୪୦ ଲକ୍ଷ ଟଙ୍କା ଜମା ରଖିଥିଲେ। ସେହି ସମୟରେ ଏହି ଟଙ୍କାର ମୂଲ୍ୟ ଖୁବ୍ ବେଶି। ମାତ୍ର କିଛି ଦିନ ପରେ ହିନୋଜୋସା ବାପାଙ୍କ ମୃତ୍ୟୁ ହୋଇଯାଇଥିଲା ।
ପରିବାର ସଦସ୍ୟ ଟଙ୍କା ବିଷୟରେ କିଛି ମଧ୍ୟ ଜାଣି ନଥିଲେ। କିଛି ବର୍ଷ ପରେ ଘରେ ଥିବା ଅଳିଆ ସଫା କରୁ କରୁ ହିନୋଜୋସା ଏହି ପାସ୍ବୁକ୍ ପାଇଥିଲେ। ପାସ୍ବୁକ୍ରେ ବ୍ୟାଙ୍କର ନାଁ ଦେଖି ଭାବିଲେ ଏହା ତାଙ୍କର କୌଣସି କାମରେ ଆସିବ ନାହିଁ। କାରଣ ସେହି ବ୍ୟାଙ୍କ ବନ୍ଦ ହୋଇଯାଇଥିଲା। ମାତ୍ର ପାସ୍ବୁକ୍ରେ ଲେଖାଥିଲା ‘State Guaranteed’ । ଅର୍ଥାତ୍ ବ୍ୟାଙ୍କ ବନ୍ଦ ହୋଇଗଲେ ମଧ୍ୟ ସରକାର ଏହାର ମୂଲ୍ୟ ଦେବେ।
ଏହାପରେ ହିନୋଜୋସା ଆବେଦନ କରିଥିଲେ। ମାତ୍ର ସରକାର ଟଙ୍କା ଦେବାର ଦାବିରେ ଅରାଜି ହୋଇଥିଲେ। ଏହାପରେ ହିନୋଜୋସା କୋର୍ଟରେ ମାମଲା ପହଞ୍ଚାଇ ଥିଲେ। କୋର୍ଟ ମାମଲାର ଶୁଣାଣି କରି ସରକାର ସୁଧ ସହ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସରକାର ହିନୋଜୋସାଙ୍କୁ ପ୍ରାୟ ୯ କୋଟି ଟଙ୍କା ପ୍ରଦାନ କରିଥିଲେ। ଯାହାଫଳରେ ଅଳିଆ ଗଦାରୁ କୋଟି କୋଟି ପାଇଗଲା ଭଳି ଚର୍ଚ୍ଚା ହେଉଛି । ଯାହାକୁ ନେଇ ସେ ଖୁସିଅଛନ୍ତି ।
Powered by Froala Editor