ଓବାମାଙ୍କ ଛାଡ଼ପତ୍ରକୁ ଖଣ୍ଡନ କଲେ ମିସେଲ୍

ସମ୍ପ୍ରତି ପୂର୍ବତନ ଆମେରିକା ରାଷ୍ଟ୍ରପତି ବାରାକ ଓବାମା ଏବଂ ମିସେଲ୍ ଓବାମାଙ୍କ ମଧ୍ୟରେ ଛାଡପତ୍ର ଦାବି ସମ୍ପର୍କିତ ଖବରକୁ ନେଇ ଚର୍ଚ୍ଚା ହେଉଛି। ଅନେକ ସାର୍ବଜନୀନ କାର୍ଯ୍ୟକ୍ରମରେ
ମିସେଲ୍ ଙ୍କ ଅନୁପସ୍ଥିତି ଏବଂ ବାରାକ ଓବାମାଙ୍କୁ ଏକା ଦେଖାଯିବା ଗୁଜବକୁ ନେଇ ମିସେଲ୍ ମୁହଁ ଖୋଲିଛନ୍ତି। ମିସେଲ୍ ତାଙ୍କର ଛାଡପତ୍ର ଗୁଜବକୁ ଖଣ୍ଡନ କରି ଏହା ମିଥ୍ୟା ବୋଲି କହିଛନ୍ତି ।
"ୱାର୍କ ଇନ୍ ପ୍ରୋଗ୍ରେସ୍" ପୋଡକାଷ୍ଟରେ ହ୍ୱାଇଟ୍ ହାଉସ୍ ଛାଡିବା ପରେ ମିସେଲ୍ ଓବାମା ତାଙ୍କ ଜୀବନ ବିଷୟରେ କଥା ହୋଇଥିଲେ। ଏହି ସମୟରେ, ସେ ନିଜକୁ ପ୍ରାଥମିକତା ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ବାରାକ ଓବାମାଙ୍କ ସହ ରାଜନୈତିକ କାର୍ଯ୍ୟକ୍ରମରେ ତାଙ୍କର ଅନୁପସ୍ଥିତି ବିଷୟରେ କହିଥିଲେ ଯେ, ଏହା ବୈବାହିକ ବିବାଦ ଯୋଗୁ ନୁହେଁ ବରଂ ନିଜର ଯତ୍ନ ଯୋଗୁ ହୋଇଥିଲା। ମୁଁ ବାରାକ ଓବାମାଙ୍କ ସହ ସାର୍ବଜନୀନ କାର୍ଯ୍ୟକ୍ରମରେ ଦେଖାଯାଉନାହିଁ କାରଣ ମୁଁ ମୋ ମାନସିକ ଶାନ୍ତିକୁ ପ୍ରାଥମିକତା ଦେଉଛି।
ମିସେଲ୍ କହିଥିଲେ, ଯେତେବେଳେ ମୁଁ ନା କହେ, ଅଧିକାଂଶ ଲୋକ ବୁଝିପାରନ୍ତି। କିନ୍ତୁ ବେଳେବେଳେ ବିଶେଷକରି ମହିଳାମାନଙ୍କ ପାଇଁ, ଲୋକଙ୍କୁ ନିରାଶ କରିବା ଏକ ଅପରାଧ ପରି ମନେହୁଏ। ମୋର ନିଷ୍ପତ୍ତି ବୁଝିବା ପରିବର୍ତ୍ତେ, ଲୋକମାନେ ଭାବି ନେଇଥିଲେ ଯେ ବାରାକ ଏବଂ ମୋର ଛାଡପତ୍ର ହେଉଛି।
ମିସେଲ୍ ଓବାମା କହିଥିଲେ, ମୁଁ ପୂର୍ବରୁ ଏହି ନିଷ୍ପତ୍ତି ନେଇପାରିଥାନ୍ତି, କିନ୍ତୁ ମୁଁ ନିଜକୁ ସେହି ସ୍ୱାଧୀନତା ଦେଇ ନଥିଲି। ମୁଁ ମୋ ପିଲାମାନଙ୍କ ସହ ସମୟ ବିତାଇବାକୁ ଚାହୁଁଥିଲି। ମୁଁ ନିଷ୍ପତ୍ତି ନେଇଥିଲି ଯାହା ମୋ ପାଇଁ ସର୍ବୋତ୍ତମ ତାହା ମୁଁ କରିବି।
Powered by Froala Editor