ତିହାର ଜେଲ୍ରେ ରହିବ ତହବୁର ରାଣା

ନୂଆଦିଲ୍ଲୀ: ୨୬/୧୧ ମୁମ୍ବଇ ଆକ୍ରମଣର ମାଷ୍ଟର ମାଇଣ୍ଡ ତହବୁର ରାଣା ଭାରତରେ ପହଞ୍ଚିଛି। ଗୁରୁବାର ଆମେରିକାରୁ ସ୍ଵତନ୍ତ୍ର ବିମାନ ଯୋଗେ ତାକୁ ଦିଲ୍ଲୀ ଅଣାଯାଇଛି। ଦିଲ୍ଲୀର ପାଲମ ବିମାନବନ୍ଦରରେ ପହଞ୍ଚିବାପରେ ତାକୁ ସିଧାସଳଖ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ମୁଖ୍ୟାଳୟକୁ ନିଆଯାଇଛି। ସେଠାରେ ତଦନ୍ତକାରୀ ସଂସ୍ଥାର ଟିମ୍ ତାକୁ ପଚରାଉଚରା କରିବେ। ଏହାପରେ ତହବୁର ରାଣାକୁ ତିହାର ଜେଲ୍ରେ ରଖାଯିବ, ଯେଉଁଠାରେ ତା’ର ସୁରକ୍ଷାକୁ ନେଇ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି।
Powered by Froala Editor