ବିଶ୍ୱ ସ୍ୱାସ୍ଥ୍ୟ ଦିବସରେ ଏହା କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ସୁସ୍ଥ ବିଶ୍ୱ ଗଠନ କରିବା ପାଇଁ ପ୍ରତିବଦ୍ଧତାକୁ ପୁନଃ ଦୋହରାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ, ସରକାର ସ୍ୱାସ୍ଥ୍ୟସେବା ଉପରେ ଧ୍ୟାନ ଦେବା ଏବଂ ଲୋକଙ୍କ ଉତ୍ତମ ସ୍ୱାସ୍ଥ୍ୟର ବିଭିନ୍ନ ଦିଗଗୁଡିକ ଉପରେ ନିବେଶ କରିବା ଜାରି ରଖିବ । ଉତ୍ତମ ସ୍ୱାସ୍ଥ୍ୟ ହେଉଛି ପ୍ରତ୍ୟେକ ସମୃଦ୍ଧ ସମାଜର ମୂଳଦୁଆ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରକାଶ କରିଛନ୍ତି
ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ଲେଖିଛନ୍ତି ଯେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ, ଆସନ୍ତୁ ଆମେ ଏକ ସୁସ୍ଥ ବିଶ୍ୱ ଗଠନ ପାଇଁ ଆମର ପ୍ରତିବଦ୍ଧତାକୁ ପୁନଃ ଦୋହରାଇବା । ଆମ ସରକାର ସ୍ୱାସ୍ଥ୍ୟ ସେବା ଉପରେ ଧ୍ୟାନ ଦେବା ଏବଂ ଲୋକଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟର ବିଭିନ୍ନ ଦିଗଗୁଡିକ ଉପରେ ନିବେଶ ଜାରି ରଖିବ। ଉତ୍ତମ ସ୍ୱାସ୍ଥ୍ୟ ହେଉଛି ପ୍ରତ୍ୟେକ ସମୃଦ୍ଧ ସମାଜର ମୂଳଦୁଆ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରକାଶ କରିଛନ୍ତି।
Powered by Froala Editor