ବିମାନରେ ଯାତ୍ରା ବେଳେ ବୃଦ୍ଧା ମୃତ

ନୂଆଦିଲ୍ଲୀ: ମୁମ୍ବଇରୁ ବାରାଣସୀ ଯାଉଥିବା ଇଣ୍ଡିଗୋ ବିମାନରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିବାରୁ ବିମାନକୁ ଜରୁରୀ ଅବତରଣ କରିବାକୁ ପଡ଼ିଛି। ରବିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଯାତ୍ରା ସମୟରେ ଜଣେ ୮୯ ବର୍ଷୀୟା ବୃଦ୍ଧାଙ୍କ ସ୍ଵାସ୍ଥ୍ୟାବସ୍ଥା ହଠାତ ବିଗିଡ଼ି ଯାଇଥିଲା। ବିମାନଟି ତୁରନ୍ତ ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜିନଗର ବିମାନବନ୍ଦରରେ ଜରୁରୀ ଅବତରଣ କରିଥିଲା। କିନ୍ତୁ ସେତେବେଳକୁ ବୃଦ୍ଧାଙ୍କ ମୃତ୍ୟୁ ହୋଇସାରିଥିଲା। ରାତି ପ୍ରାୟ ୧୦ଟାରେ ବିମାନଟି ଜରୁରୀ ଅବତରଣ କରିବା ପରେ ଏକ ଡାକ୍ତରୀ ଦଳ ତୁରନ୍ତ ବୃଦ୍ଧାଙ୍କ ସ୍ଵାସ୍ଥ୍ୟାବସ୍ଥା ଯାଞ୍ଚ କରିବାରୁ ତାଙ୍କର ମୃତ୍ୟୁ ହୋଇସାରିଥିବା ଜଣାପଡ଼ିଥିଲା। ପରେ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ପହଞ୍ଚି ମୃତଦେହ ଜବତ କରି ଆବଶ୍ୟକ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ପରେ ବିମାନଟି ପୁନର୍ବାର ଗନ୍ତବ୍ୟସ୍ଥଳ ଅଭିଯୁଖେ ଯାତ୍ରା କରିଥିଲା।
Powered by Froala Editor