ନବରାତ୍ରି ସୁଦ୍ଧା ମାଓମୁକ୍ତ ହେବ ବସ୍ତର

ବର୍ତ୍ତମାନ ଦେଶକୁ ମାଓବାଦୀ ମୁକ୍ତ କରିବାକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଘୋଷଣା କରିଛନ୍ତି । ଗୋଟିକ ପରେ ଗୋଟିଏ ଗୋଟି ଚାଳନା ଜାରି ରଖିଛନ୍ତି । ତେବେ ଚୈତ୍ର ନବରାତ୍ରି ସୁଦ୍ଧା ବସ୍ତରକୁ ଲାଲ ବାହିନୀଙ୍କ ଆତଙ୍କରୁ ମୁକ୍ତ କରିବାକୁ ଦାବି କରିଛନ୍ତି ଶାହା ।
କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବସ୍ତର ପାଣ୍ଡୁମ ମହୋତ୍ସବରେ ଯୋଗଦେବା ପାଇଁ ଛତିଶଗଡ଼ର ଦନ୍ତେୱାଡାରେ ପହଞ୍ଚିଛନ୍ତି। ଏହି ସମୟରେ, ସେ କହିଥିଲେ, ‘ଚୈତ୍ର ନବରାତ୍ରିର ଅଷ୍ଟମୀ ତିଥିରେ ମୁଁ ମାତା ଦନ୍ତେଶ୍ୱରୀଙ୍କ ଆଶୀର୍ବାଦ ନେଇ ଆସିଛି। ମୁଁ ପ୍ରାର୍ଥନା କରୁଛି ଯେ ଆଗାମୀ ଚୈତ୍ର ନବରାତ୍ର ସୁଦ୍ଧା, ଏଠାରୁ ଲାଲ ଆତଙ୍କଶେଷ ହୋଇଯିବ ।’
ସେ କହିଛନ୍ତି, ‘ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଇ ଏବଂ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ଘୋଷଣା କରିଛନ୍ତି ଯେ ପ୍ରତ୍ୟେକ ନକ୍ସଲ ଆତ୍ମସମର୍ପଣକାରୀଙ୍କୁ ଯେଉଁ ଗାଁ କରିବ, ସେହି ଗାଁକୁ ନକ୍ସଲମୁକ୍ତ ଘୋଷଣା କରାଯିବ ଏବଂ ବିକାଶ ପାଣ୍ଠି ଭାବରେ ୧କୋଟି ଟଙ୍କା ଦିଆଯିବ। ତେଣୁ ଆପଣମାନେ ସମସ୍ତେ ନକ୍ସଲବାଦ ଛାଡି ମୁଖ୍ୟସ୍ରୋତରେ ସାମିଲ ହେବା ଉଚିତ।’
ଅମିତ ଶାହ କହିଛନ୍ତି, ‘ଏବେ ଗୁଳି ଫୁଟିବା ଏବଂ ବୋମା ଫୁଟିବା ସମୟ ଚାଲିଯାଇଛି। ମୁଁ ହାତରେ ଅସ୍ତ୍ର ଥିବା ସମସ୍ତଙ୍କୁ, ସମସ୍ତ ନକ୍ସଲ ଭାଇମାନଙ୍କୁ, ଅସ୍ତ୍ର ତ୍ୟାଗ କରିବାକୁ ଅନୁରୋଧ କରିବାକୁ ଆସିଛି।’
Powered by Froala Editor