ଜଙ୍ଗଲ ଛାଡ଼ି ସମାଜରେ ମିଶିବେ, ହିଂସା ଛାଡ଼ି ଆତ୍ମସମର୍ପଣ କଲେ ୮୬ ମାଓବାଦୀ

ତେଲେଙ୍ଗାନାରେ ଆତ୍ମସମର୍ପଣ କଲେ ଛତିଶଗଡ଼ର ୮୬ ମାଓବାଦୀ। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଭିତରୁ ୨୦ ଜଣ ମହିଳା ମାଓବାଦୀ ଅଛନ୍ତି। ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀ ଛତିଶଗଡ଼ର ବିଜାପୁର ଏବଂ ସୁକମା ଅଞ୍ଚଳର ସୂଚନା।
ଆଇଜି ଚନ୍ଦ୍ରଶେଖର ରେଡ୍ଡୀଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ୮୬ ମାଓବାଦୀ।ଏହାରି ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଶନିବାର ଦିନ ଦନ୍ତେୱାଡ଼ାରେ କହିଛନ୍ତି ଯେ, ଆଗାମୀ ୭ ବର୍ଷ ମଧ୍ୟରେ ଶେଷ ହୋଇଯିବ ନକ୍ସଲବାଦ। ସେ କହିଛନ୍ତି ଯେ, ଆଗାମୀ ଚୈତ୍ର ନବରାତ୍ରୀରେ ନକ୍ସଲବାଦ ଶେଷ ହୋଇଯିବ।
ତେବେ ଜଙ୍ଗଲରେ ହିଂସ୍ର ଜୀବନ ଛାଡି ସେମାନେ ସେମାନଙ୍କ ପରିବାର ସହ ବାକି ତକ ଜୀବନ ବିତାଇବାକୁ ଆତ୍ମସମର୍ପଣ କରିଥିବା କହିଛନ୍ତି । ପୂର୍ବରୁ ବିଜାପୁର ଜେଲରେ ୫୦ ମାଓବାଦୀ ମଧ୍ୟ ଆତ୍ମସମର୍ପଣ କରି ସାରିଛନ୍ତି।
ଭଦ୍ରାଦୀ କଥାଗୁଡୁମ ଜିଲ୍ଲା ପୁଲିସ ନିକଟରେ ୮୧ ଜଣ ନକ୍ସଲ ଆତ୍ମସମର୍ପଣ କରିଥିବା ବେଳେ ସେଥିରୁ ଏସିଏମ ଜଣେ,ପାର୍ଟି ମେମ୍ବର ୩ ଜଣ,ମିଲିସିଆ ସଦସ୍ୟ ୨୭ ଜଣ,କମିଟି ସଦସ୍ୟ ୮ ଜଣ,ଡିଏକେଏମଏସ ସଦସ୍ୟ ୨୦ ଜଣ,ସିଏନଏମ ସଦସ୍ୟ ୧୩ ଜଣ ଏବଂ ଜିଆରଡି ସଦସ୍ୟ ୯ ଜଣ। ସେହିପରି ମୁଲୁଗୁ ଜିଲ୍ଲାରେ ଆତ୍ମସମର୍ପଣ କରିଥିବା ୫ ଜଣ ନକ୍ସଲ ମଧ୍ୟରୁ ଏସିଏମ ୩ ଜଣ,ପାର୍ଟି ମେମ୍ବର ଜଣେ ଏବଂ ମିଲିସିଆ କମାଣ୍ଡର ଜଣେ।
Powered by Froala Editor