ଘାସ କାଟୁଥିବାବେଳେ ପଛରୁ ପିଟିଦେଲା ବିମାନ

ବିମାନ ଧକ୍କାରେ ବ୍ରିଟିଶ କଲମ୍ବିଆରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମହିଳା ଜଣକ ଘାସ କାଟୁଥିବାବେଳେ ବିମାନଟି ପଛରୁ ଧକ୍କା ଦେଇଥିଲା । ଫଳରେ ସେ ମୃତ୍ୟୁବରଣ କରିଛନ୍ତି ।
ଏହି ୨୭ ବର୍ଷୀୟା ମହିଳା ମଣ୍ଟ୍ରିଲ ସେଣ୍ଟ୍ ସ୍ପିରିଟ୍ ଏୟାରଫିଲ୍ଡ ନିକଟରେ ବୁଧବାର ଅପରାହ୍ନରେ ଘାସ କାଟିବା ପାଇଁ ଟ୍ରାକ୍ଟର ଚଳାଉଥିଲେ। ମଣ୍ଟ୍ରିଲ ସହରଠାରୁ ଏୟାରଫିଲ୍ଡ ୩୫ କିଲୋମିଟର ଦୂର ଥିଲା। ମହିଳା ଜଣକ ଏୟାରଫିଲ୍ଡ ରକ୍ଷଣାବେକ୍ଷଣ ପାଇଁ କାର୍ଯ୍ୟ କରୁଥିବା କମ୍ପାନୀ ସହିତ କାମ କରୁଥିଲେ। ସେତେବେଳେ ପଛରୁ ଏକ ଛୋଟ ବିମାନ ତାଙ୍କୁ ଧକ୍କା ଦେଇଥିଲା। ଏହି ଘଟଣା ପରେ ମହିଳାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କାନାଡାର ପରିବହନ ସୁରକ୍ଷା ବୋର୍ଡ ଅନୁଯାୟୀ, ସେତେବେଳେ ଦୃଶ୍ୟମାନ ହେବାରେ କୌଣସି ଅସୁବିଧା ନ ଥିଲା। ବିମାନ ଉଡ଼ାଣ ପାଇଁ ପାଗ ମଧ୍ୟ ଅନୁକୂଳ ଥିଲା। ତାସତ୍ତ୍ୱେ ବିମାନ ଦୁର୍ଘଟଣା ନିଶ୍ଚିତ ଭାବେ ଦୁଃଖଦ ବୋଲି ବୋର୍ଡ କହିଛି ।
Powered by Froala Editor