ୱେୟାର ହାଉସର ଅବସରପ୍ରାପ୍ତ ଅଧୀକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ୍
ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଟିଟିଲାଗଡ଼ ୱେୟାର ହାଉସର ଅବସରପ୍ରାପ୍ତ ଅଧୀକ୍ଷକ ଗଣପତି ପୁରୋହିତଙ୍କୁ ଭିଜିଲାନ୍ସ ଗିରଫ କରିଛି । ତାଙ୍କ ଘର ସମେତ ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ । ଗଣପତି ପୁରୋହିତଙ୍କ ବଲାଙ୍ଗିର ପେଲେସଲାଇନ୍ ବାସଭବନ ସମେତ ସମ୍ପର୍କୀୟ ଓ ଅନ୍ୟାନ୍ୟ ସ୍ଥାନରେ ରେଡ୍ ହୋଇଛି । ତାଙ୍କର ଦୁଇଟି ନୂଆ ଘର ଉପରେ ଚଢ଼ାଉ ହୋଇଛି। ସେହିପରି ଗଣପତି ପୁରୋହିତଙ୍କ ପତ୍ନୀ ଶିକ୍ଷୟିତ୍ରୀ ଥିବା ବେଳେ ତାଙ୍କ ସ୍କୁଲ୍ରେ ମଧ୍ୟ ଚଢ଼ାଉ କରାଯାଇଛି। ବର୍ତ୍ତମାନ ସୁଦ୍ଧା ନଗଦ ଟଙ୍କା, ସୁନା ଗହଣା, ବ୍ୟାଙ୍କ ଜମା ସହ ଚାରୋଟି ମୂଲ୍ୟବାନ କୋଠା ଠାବ ହୋଇଛି ।
ଏହି ଚଢ଼ାଉରେ ବଲାଙ୍ଗିର, ସୋନପୁର, ବରଗଡ଼ ଓ ସମ୍ୱଲପୁରର ଭିଜିଲାନ୍ସ ଟିମ୍ ସାମିଲ ହୋଇଛନ୍ତି। ଗଣପତି ପୁରୋହିତଙ୍କ ବ୍ୟାଙ୍କ ଆକାଉଣ୍ଟ ସହିତ ସ୍ଥାବର ଅସ୍ଥାବର ସଂପତ୍ତିକୁ ଆକଳନ କରୁଛନ୍ତି ଭିଜିଲାନ୍ସ ଅଧିକାରୀ। ଚଢ଼ାଉ ଶେଷ ହେବା ପରେ ସବିଶେଷ ତଥ୍ୟ ଜଣାପଡ଼ିବ ବୋଲି ବଲାଙ୍ଗିର ଭିଜିଲାନ୍ସ ଡିଏସ୍ପି ସଦାନନ୍ଦ ପାଣି କହିଛନ୍ତି।
Powered by Froala Editor