ହାଇତି ରାଷ୍ଟ୍ରପତିଙ୍କୁ ହତ୍ୟା

ପୋର୍ଟ : ହାଇତି ରାଷ୍ଟ୍ରପତି ଜୋଭେନେଲ ମୋଏସଙ୍କୁ ମଙ୍ଗଳବାର ବିଳମ୍ବିତ ରାତି୍ରରେ ହତ୍ୟା କରାଯାଇଛି । ତାଙ୍କର ବ୍ୟକ୍ତିଗତ ବାସଭବନରେ ତାଙ୍କୁ କିଛି ଅଜଣା ଦୁର୍ବୃତ୍ତ ହତ୍ୟା କରିଥିବା ଦେଶର ଅନ୍ତରୀଣ ପ୍ରଧାନମନ୍ତ୍ରୀ କ୍ଲାଉଡ ଯୋଶେଫ ଏକ ବିବୃତିରେ ପ୍ରକାଶ କରିଛନ୍ତି । ରାଷ୍ଟ୍ରପତି ମୋଏସଙ୍କ ପତ୍ନୀ ମାର୍ଟିନ ମୋଏସଙ୍କୁ ସଂକଟାପନ୍ନ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ତରୀଣ ପ୍ରଧାନମନ୍ତ୍ରୀ ଯୋଶେଫ ଘଟଣାକୁ ତୀବ୍ରନିନ୍ଦା କରିବା ସହ ଏହା ଅତ୍ୟନ୍ତ ଘୃଣ୍ୟ ଓ ଅମାନବୀୟ କାର୍ଯ୍ୟ ବୋଲି କହିଛନ୍ତି । ଏହି ହତ୍ୟାକାଣ୍ଡ ପଛରେ କାହାର ହାତ ରହିଛି ସେ ନେଇ ପୁଲିସ ଓ ଅନ୍ୟ ଏଜେନ୍ସି ଗୁଡ଼ିକ ତଦନ୍ତ ଜୋରଦାର କରିଛନ୍ତି । ଦେଶରେ ରାଜନୈତିକ ଓ ଅର୍ଥନୈତିକ ଅସ୍ଥିରତା ବଢ଼ିବାକୁ କେନ୍ଦ୍ର କରି ହିଂସା ବୃଦ୍ଧି ପାଇଥିଲା । ଏହାକୁ ନେଇ କିଛି ଗୋଷ୍ଠୀ ମୋଏସଙ୍କୁ ସମାଲୋଚନା କରିଥିଲେ ।
Powered by Froala Editor