ଆତଙ୍କବାଦ ବିରୋଧୀ ଅଭିଯାନ, ୨୪ ଘଣ୍ଟାରେ ୭ ଆତଙ୍କୀ ନିପାତ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ସୁରକ୍ଷା କର୍ମୀଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଆତଙ୍କବାଦ ବିରୋଧୀ ଅଭିଯାନକୁ ବଡ଼ ସଫଳତା ମିଳିଛି । ଗତ ୨୪ ଘଣ୍ଟା ମଧ୍ୟରେ ସୋପିଆନ ଓ ତ୍ରାଲରେ ଘଟିଥିବା ପୃଥକ ପୃଥକ ଏନକାଉଣ୍ଟରରେ ୭ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ସୋପିଆନର ଏକ ମସଜିଦରେ ଆତଙ୍କୀମାନେ ଲୁଚିଥିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ଗୁରୁବାର ସନ୍ଧ୍ୟାରୁ ସେହି ଅଞ୍ଚଳରେ ତଲାସୀ ଅଭିଯାନ ଚଳାଯାଇଥିଲା । ସୁରକ୍ଷାକର୍ମୀମାନେ ଆତଙ୍କକୁ ଆତ୍ମସମର୍ପଣ କରିବାକୁ କହିଥିଲେ ମଧ୍ୟ ସେମାନେ ଶୁଣିନଥିଲେ । ଏହା ପରେ ଏନକାଉଣ୍ଟରେ ୩ ଆତଙ୍କୀ ନିହତ ହୋଇଥିଲେ । ସେଠାରେ ଲୁଚି ଥିବା ଆଉ ୨ ଆତଙ୍କୀକୁ ଆତ୍ମସମର୍ପଣ ପାଇଁ ବୁଝାଯିବା ଲାଗି ସ୍ଥାନୀୟ ଇମା ଓ ଜଣେ ଆତଙ୍କୀଙ୍କ ଭାଇକୁ ମସଜିଦ ଭିତରକୁ ପଠାଯାଇଥିଲା । ହେଲେ ଆତଙ୍କବାଦୀମାନେ ସେମାନଙ୍କ କଥା ନ ଶୁଣି ଗୁଳି ମାଡ଼ ଆରମ୍ଭ କରିଥିଲେ । ସୁରକ୍ଷାକର୍ମୀ ବି ତାର ଜବାବ ଦେଇଛନ୍ତି । ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ମଧ୍ୟରେ ଆଉ ୨ ଜଣ ଆତଙ୍କୀ ନିହତ ହୋଇଛନ୍ତି । ଅର୍ଥାତ ସୋପିଆନରେ ମୋଟ ୫ ଜଣ ଆତଙ୍କୀ ନିହତ ହୋଇଛନ୍ତି । ଏହି ଏନକାଉଣ୍ଟରରେ ୩ ଜଣ ଯବାନ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି ।