ସାଇବର ଅପରାଧୀଙ୍କ ହାତରେ ଶ୍ରଦ୍ଧାଙ୍କ ‘ଏକ୍ସ’ ଆକାଉଣ୍ଟ

ସାଇବର ୍ରଅପରାଧ ବଢିବାରେ ଲାଗିଛି । ଏବେ ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଏକ୍ସ ଆକାଉଣ୍ଟ ହ୍ୟାକ୍ ହୋଇଥିବା ସୂଚନା ମିଳିଛି । ଶ୍ରଦ୍ଧା ଯାହାକୁ ଏକ୍ସରେ କେବେ ପୋଷ୍ଟ କରନ୍ତିନି, ତାହା ପୋଷ୍ଟ କରାଯାଇଛି। ଏଥିପାଇଁ ଫ୍ୟାନ୍ସ ଭାବୁଛନ୍ତି ଶ୍ରଦ୍ଧାଙ୍କ ଆକାଉଣ୍ଟ କିଏ ହ୍ୟାକ୍ କରିଛି। ମଙ୍ଗଳବାର ରାତିରେ Easy $28. GG!। ପୋଷ୍ଟ ସାମ୍ନାକୁ ଆସିବା ପରେ ଶ୍ରଦ୍ଧା କପୁରଙ୍କ ଫ୍ୟାନ୍ସଙ୍କୁ ଝଟକା ଲାଗିଛି ଯେ, ବୋଧହୁଏ ଅଭିନେତ୍ରୀଙ୍କ ଏକ୍ସ ଆକାଉଣ୍ଟ ହ୍ୟାକ୍ ହୋଇଛି।
ବର୍ତ୍ତମାନ ସନ୍ଦେହ କରାଯାଉଛି ଯେ, ଅଭିନେତ୍ରୀଙ୍କ ଆକାଉଣ୍ଟ ହ୍ୟାକ୍ ହୋଇଯାଇଛି। ଜଣେ ୟୁଜର ପ୬ଶ୍ନ କରିଛନ୍ତି ଯେ, ‘ସିକ୍ରେଟ୍ ମେସେଜ ନା ଆକାଉଣ୍ଟ ହ୍ୟାକ୍ସ ହୋଇଗଲା’, ଅନ୍ୟ ଜଣେ ପଚାରିଛି, ‘କଣ ଏହି ଆକାଉଣ୍ଟ ହ୍ୟାକ୍ ହୋଇଯାଇଛି।’
Powered by Froala Editor