ଆମ ଝିଅ ପାଇଁ ଆମେ ଲଢ଼ିବୁ ନାହିଁ, ତାକୁ ଫାଶୀ ଦିଆଯାଉ

ମର୍ଚ୍ଚାଣ୍ଟ ନାଭି ଅଫିସର ସୌରଭ ରାଜପୁତଙ୍କୁ ହତ୍ୟାକାରୀ ପରେ ମୁସ୍କାଇନଙ୍କ ସମେତ ତାଙ୍କ ବାପା ଓ ମା’ଙ୍କୁ ନେଇ ବିଭିନ୍ନ ପ୍ରକା୍ର ଖବର ସୋସିଆଲ ମିଡିଆରେ ଘୁରି ବୁଲୁଛି।
ଏଭଳି ସମୟରେ ମୁସ୍କାନଙ୍କ ବାପା ଓ ମା’ ମୁହଁ ଖୋଲିଛନ୍ତି। ପ୍ରତିକ୍ରିୟା ଦେଇ କହିଛନ୍ତି, ‘ ସୌରଭଙ୍କ ପରିବାର ଦ୍ୱାରା ଲଗାଯାଉଥିବା ଅଭିଯୋଗ ଭିତ୍ତିହୀନ ଆମେ ସୌରଭଙ୍କଠାରୁ କୌଣସି ଟଙ୍କା ନେଇ ନାହୁଁ। ଆମେ ସମସ୍ତ ପ୍ରକାରର ତଦନ୍ତରେ ସହଯୋଗ ପାଇଁ ପ୍ରସ୍ତୁତ ଅଛୁ। ସେ ବ୍ୟାଙ୍କ ଆକାଉଣ୍ଟର ହେଉ କିମ୍ବା ଯେକୌଣସି ଏଜେନ୍ସି ଦ୍ୱାରା କରାଯାଉଥିବା ତଦନ୍ତ ହେଉ।
ହତ୍ୟାକାଣ୍ଡର ମୁଖ୍ୟ ଆରୋପୀ ମୁସ୍କାନକୁ ଏବେ ତାଙ୍କ ନିଜ ପରିବାର ତରଫରୁ ମଧ୍ୟ କୌଣସି ସାହାରା ମିଳୁନାହିଁ । ବରଂ ତାଙ୍କ ବାପା ମା’ ସ୍ପଷ୍ଟ ଭାବେ କହିଛନ୍ତି କି, ମୁସ୍କାନ ସହ ତାଙ୍କର କୌଣସି ସମ୍ପର୍କ ନାହିଁ । କି ସେ ତାକୁ ଭେଟିବାକୁ କେବେ ବି ଜେଲକୁ ଯିବେନି ଓ ତା ପାଇଁ କୌଣସି ପ୍ରକାର ଆଇନ ଅନୁଯାୟୀ କେଶ୍ ଲଢିବେ ନାହିଁ । ଅନ୍ୟପଟେ ଜେଲରେ ବନ୍ଦୀଥିବା ମୁସ୍କାନ ନିଜ ପାଇଁ ସରକାରୀ ଓକିଲ ପାଇଁ ଅନୁରୋଧ କରିଛନ୍ତି ।
ମୁସ୍କାନଙ୍କ ବାପା ଓ ମା’ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ ଆମ ଝିଅ ବହୁତ ଭଲ ପିଲା ଥିଲା କିନ୍ତୁ କୌଣସି ପରିସ୍ଥିତିରେ ସେ ଖରାପ ବ୍ୟକ୍ତିର ସଂସ୍ପର୍ଶରେ ପଡ଼ିବା ପରେ ସେ ଖରାପ ହୋଇଗଲା। ଯଦି ସେ ଏହି ଅପରାଧ କରିଛି, ତେବେ ତାକୁ ଫାଶୀ ଦିଆଯିବା ଉଚିତ। ଆମେ ଝିଅ ପାଇଁ କୌଣସି ଆଇନଗତ ଲଢ଼େଇ ଲଢ଼ିବୁ ନାହିଁ। ।’’
Powered by Froala Editor