ଭାଗ୍ୟରେ ଲାଗିଲା ଜ୍ୟାକପଟ : ଡ୍ରାଇଭର ଜିତିଲେ ୪୦ କୋଟି
ଭାଗ୍ୟ । କାହାର କେମିତିି ବଦଳିବ ସେ ଭଗବାନଙ୍କୁ ଜଣା । ଏମିତି ଜଣେ ଭାଗ୍ୟବାନ ବ୍ୟକ୍ତି ପାଲଟିଛନ୍ତି କେରଳର ରଞ୍ଜିଥ ସୋମରାଜନ। ସେ କୋଲାମ ଜିଲା ଛାଡ଼ି ୨୦୦୮ରେ ସପରିବାର ଦୁବାଇ ଚାଲିଯାଇଥିଲେ । ସେଠାରେ ସେ ଟାକ୍ସି ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ସଂଘର୍ଷ କରିବା ପରେ ତାଙ୍କ ଭାଗ୍ୟ ବଦଳି ଯାଇଛି। ଶନିବାର ମସ୍ଜୀଦରେ ଥିବାବେଳେ ଖବର ପାଇଥିଲେ ଲଟେରି ଜିତି ଯାଇଛନ୍ତି। ଆବୁ ଧାବି ବିଗ୍ ଟିକେଟ୍ ଡ୍ର'ରେ ପ୍ରଥମ ପୁରସ୍କାର ବାବଦକୁ ୨୦ ନିୟୁତ ଦିରହାମ ଜିତିଛନ୍ତି। ଭାରତୀୟ ମୂଦ୍ରାରେ ଏହାର ମୂଲ୍ୟ ପ୍ରାୟ ୪୦ କୋଟି ଟଙ୍କା। ଜ୍ୟାକପଟ୍ ପରେ ଏହି ବ୍ୟକ୍ତିଙ୍କ ସହ ତାଙ୍କର ୯ଜଣ ସାଙ୍ଗଙ୍କ ଭାଗ୍ୟ ମଧ୍ୟ ବଦଳି ଯାଇଛି।
ଖଲୀଜ ଟାଇମ୍ସ ଅନୁଯାୟୀ, ଶ୍ରୀ ସୋମରାଜନ ଗତ ତିନି ବର୍ଷ ଧରି ଜ୍ୟାକପଟ୍ ଟିକେଟ୍ କିଣୁଥିଲେ। ସେ କେବେ ଭାବି ନଥିଲେ ଯେ ଦିନେ ସେ ଜ୍ୟାକପଟ୍ ଜିତିବ। ଶନିବାର ସୋମରାଜନ ନିଜ ପତ୍ନୀ ସଞ୍ଜିବନୀ ପରେରା ଓ ପୁଅ ନିରଞ୍ଜନା ସହ ହାଟରୁ ଫେରୁଥିବା ବେଳେ ଟ୍ରାଫିକ୍ ସିଗନାଲରେ ତାଙ୍କ ଗାଡ଼ି ଅଟକିଥିଲା। ସେହି ସମୟରେ ଦ୍ୱିତୀୟ ଓ ତୃତୀୟ ସ୍ଥାନର ପୁରସ୍କାର ଘୋଷଣା ହେଉଥିଲା। ସୋମରାଜନ କହିଛନ୍ତି, ମୁଁ ଆଗକୁ ବଢ଼ିଲି ଏବଂ ବାଟରେ ଏକ ମସଜିଦ୍ ଦେଖିଲି। ମୁଁ କେବଳ ଏତିକି କହିଲି ହେ ଭଗବାନ, ମୁଁ ପୁଣିଥରେ ହାରିଗଲି। କିନ୍ତୁ ଯେତେବେଳେ ମୁଁ ଗାଡ଼ିରେ ପରିବା ହାଟକୁ ଯାଉଥିଲି, ମୋ ମନ ବିଚଳିତ ହେଉଥିଲା। ମୁଁ ମସଜିଦ୍ ଫେରି ଆସିଲି ଏବଂ ମୋ ହଠାତ୍ ମୋ ଟିକେଟ୍ ନମ୍ବରରେ ଫୋନ୍ କଲ୍ ଆସିଥିଲା। ମୋ ୮ ବର୍ଷର ପୁଅ ଖୁସିରେ ଝୁମି ଉଠିଥିଲା।
ସୋମରାଜନ୍ ଅନ୍ୟ ୯ ଜଣଙ୍କ ସହିତ ପୁରସ୍କାର ରାଶି ବାଣ୍ଟିବେ, ଯେଉଁମାନେ ଟିକେଟ୍ କିଣିବା ପାଇଁ ପ୍ରତ୍ୟେକ ୧୦୦ ଦିରହମ୍ ଜମା କରିଥିଲେ। ତାଙ୍କର ଅନ୍ୟ ବନ୍ଧୁମାନେ, ଯେଉଁମାନେ ସେମାନଙ୍କ ଟଙ୍କା ଜମା କରିଥିଲେ, ସେମାନେ ଏକ ହୋଟେଲର ଭାଲେଟ୍ ପାର୍କିଂ ବିଭାଗ ସହିତ କାମ କରନ୍ତି।
Powered by Froala Editor