କୋରାପୁଟରେ ବର୍ଷା, ୨୩ ଯାଏ ଏ ସବୁ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି
ବୁଧବାର ଅପରାହ୍ନରେ କୋରାପୁଟ ଜିଲାର ସଦରମହକୁମା ସହ ସୁନାବେଡ଼ା, ସେମିଳିଗୁଡ଼ା, ଦାମନଯୋଡ଼ି ବିଭିନ୍ନ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହୋଇଛି। ପାଣିପାଗ ବିଭାଗ ଅନୁଯାୟୀ, ୧୯ ଓ ୨୦ ତାରିଖରେ ଓଡ଼ିଶାର କିଛି ଜିଲାରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପୂର୍ବରୁ କୁହାଯାଇଥିବା ବେଳେ ବୁଧବାର ବର୍ଷା ଯୋଗୁ ସହରବାସୀ ପ୍ରବଳ ଗ୍ରୀଷ୍ମ ପ୍ରବାହରୁ କିଛିଟା ଆଶ୍ବସ୍ତି ଅନୁଭବ କରିଛନ୍ତି।
ସେହିପରି ୨୩ ତାରିଖ ଯାଏ ତାତିରୁ ଆଶ୍ବସ୍ତି ମିଳିବ ବୋଲି ସୂଚନା ରହିଛି । କୁଆପଥର ବର୍ଷା ସାଙ୍ଗକୁ ୩୦ରୁ ୪୦ କିଲୋମିଟର ଯାଏଁ ପବନ ବହିବା ସମ୍ଭାବନା ରହିଛି । ଏଥିପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା, କଟକ ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୧ ତାରିଖରେ ବର୍ଷା ପରିମାଣ ବଢିବା ସହ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ ଓ ଝାରସୁଗୁଡାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । କିଛି ସ୍ଥାନରେ ପବନର ବେଗ ୫୦ରୁ ୬୦ କିଲୋମିଟର ରହିବ । ତେଣୁ ୨୨ ତାରିଖ ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
Powered by Froala Editor