Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, February 20, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସୁଲତାନପୁର କୋର୍ଟରେ ରାହୁଲ

  • ବିନୋଦ ଜାଖଡ ଛାତ୍ର କଂଗ୍ରେସର ନୂତନ ...

  • ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀରେ ...

  • MANAV ଭିଜନ୍‌ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

  • ୨୭ରେ ମୁକ୍ତିଲାଭ କରିବ "କାନ୍ଦ ମାଷ୍ଟ୍ରେ’

  • ବାଣ ବିସ୍ଫୋରଣରେ ମା- ୩ବର୍ଷର ଝିଅ ମୃତ

  • ଚାଷ ଉଜାଡ଼ିଲା ଅବକାରୀ : ଅଫିମକୁ ଚାଇନା ଶାଗ ...

  • ଏପଷ୍ଟିନ୍‌ ଲିଙ୍କ୍‌, ବ୍ରିଟେନ୍‌ର ...

  • ଦେଶକୁ ନକ୍ସଲମୁକ୍ତ କରିବାକୁ ବଡ଼ ଅପରେସନ ...

  • ସପ୍ତାହରେ ତିନିରୁ ଚାରି ଥର ଚା ପିଇଲେ କମ ...

Home ›› ››ଇସ୍ରାଏଲ ସେନା ପକ୍ଷରୁ ଗାଜା ଉପରେ ଆକ୍ରମଣ: ୪୧୩ ପାଲେଷ୍ଟାଇନ ନାଗରିକ ମୃତ

ଇସ୍ରାଏଲ ସେନା ପକ୍ଷରୁ ଗାଜା ଉପରେ ଆକ୍ରମଣ: ୪୧୩ ପାଲେଷ୍ଟାଇନ ନାଗରିକ ମୃତ

2025-03-19 09:29:29
15862
Share:
Facebook
Twitter
E-Mail
WhatsApp
Telegram
ଇସ୍ରାଏଲ ସେନା ପକ୍ଷରୁ ଗାଜା ଉପରେ ଆକ୍ରମଣ: ୪୧୩ ପାଲେଷ୍ଟାଇନ ନାଗରିକ ମୃତ

ନୂଆଦିଲ୍ଲୀ : ଇସ୍ରାଏଲ ସେନା ପକ୍ଷରୁ ମଙ୍ଗଳବାର ପାଲେଷ୍ଟାଇନର ଗାଜା ସମେତ ଖାନ୍‌ ୟୁନିସ, ରାଫା ଏବଂ ଡାର-ଅଲ୍‌ ବାଲାହ୍‌ ଉପରେ ପ୍ରଚଣ୍ଡ ଆକ୍ରମଣ କରାଯାଇଛି। ଏଥିରେ ୪୧୩ ପାଲେଷ୍ଟାଇନ ନାଗରିକ ପ୍ରାଣ ହରାଇଛନ୍ତିି। ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା ଥିବାବେଳେ ହମାସ୍‌ ସରକାର ମୁଖ୍ୟ ଏସାମ୍‌ ଅଲ୍‌ ଡାଲିସ୍‌ ଏବଂ ପୁଲିସ ମୁଖ୍ୟ ମାମୁଦ ଅବୁ ୱାତ୍‌ଫାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଆହତ ୧୫୫ ଜଣଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅସ୍ତ୍ରବିରତି ଆଲୋଚନା ଚାଲିଥିବାବେଳେ ଇସ୍ରାଏଲର ଏଭଳି ରଣନୀତି ଏହି ପ୍ରକ୍ରିୟାକୁ ବାଧାପ୍ରାପ୍ତ କରିବ ଏବଂ ଇସ୍ରାଏଲ ପଣବନ୍ଦୀଙ୍କ ଭବିଷ୍ୟତକୁ ଅନିଶ୍ଚିତ କରିବ ବୋଲି ହମାସ୍‌ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ରମଜାନ ମାସ ଚାଲିଥିବାବେଳେ ଏଭଳି ଆକ୍ରମଣ ଅତ୍ୟନ୍ତ ଅମାନବୀୟ ବୋଲି ପାଲେଷ୍ଟାଇନ ପକ୍ଷରୁ କୁହାଯାଇଛି। ଆଇଡିଏଫ୍‌ (ଇସ୍ରାଏଲ ଡିଫେନ୍ସ ଫୋର୍ସ) ପକ୍ଷରୁ ଜାରି କରାଯାଇଥିବା ‘ଏକ୍ସ’ ପୋଷ୍ଟରେ କୁହାଯାଇଛି ଯେ ଗାଜା ଉପତ୍ୟକାରେ ସକ୍ରିୟ ଥିବା ହମାସ୍‌ ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳକୁ ଧ୍ବଂସ କରିବାକୁ ଆକ୍ରମଣ କରାଯାଇଛି। ଇସ୍ରାଏଲର ସମସ୍ତ ପଣବନ୍ଦୀଙ୍କୁ ମୁକୁଳାଇବାକୁ ବାରମ୍ବାର ଅନୁରୋଧ କରାଯିବା ସତ୍ତ୍ବେ ହମାସ୍‌ ଏଥିପ୍ରତି କର୍ଣ୍ଣପାତ ନ କରିବାରୁ ଆକ୍ରମଣ ଏକମାତ୍ର ବିକଳ୍ପ ଥିଲା ବୋଲି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି। ଆକ୍ରମଣକୁ ଦୃଷ୍ଟିରେ ରଖି ଇସ୍ରାଏଲ ପକ୍ଷରୁ ଗାଜା ଉପତ୍ୟକା ସୀମା ସଂଲଗ୍ନ ସମସ୍ତ ସ୍କୁଲ କଲେଜକୁ ବନ୍ଦ ଘୋଷଣା କରାଯାଇଛି। ହମାସ୍‌ ପକ୍ଷରୁ ଯେପର୍ଯ୍ୟନ୍ତ ଇସ୍ରାଏଲର ସବୁ ପଣବନ୍ଦୀଙ୍କୁ ଖଲାସ କରାନଯାଇଛି, ସେପର୍ଯ୍ୟନ୍ତ ଆକ୍ରମଣ ଜାରି ରହିବ ବୋଲି ଇସ୍ରାଏଲ କଡା ଧମକ ଦେଇଛି। ଅପରପକ୍ଷରେ ଇସ୍ରାଏଲ ଯୁଦ୍ଧ ଆରମ୍ଭ କରିଥିବାରୁ ପଣବନ୍ଦୀଙ୍କ ଭବିଷ୍ୟତକୁ ନେତାନ୍ୟାହୁ ଅନିଶ୍ଚିତ କରୁଛନ୍ତି ବୋଲି ହମାସ୍‌ ପକ୍ଷରୁ ଅଭିଯୋଗ ହୋଇଛି। ଇସ୍ରାଏଲରେ ବର୍ତ୍ତମାନ ଆଭ୍ୟନ୍ତରୀଣ କନ୍ଦଳ ଲାଗି ରହିଥିବାବେଳେ ଦେଶବାସୀଙ୍କ ଧ୍ୟାନ ହଟାଇବାକୁ ନେତାନ୍ୟାହୁ ଏଭଳି ଯୁଦ୍ଧଖୋର ମନୋବୃତ୍ତି ଆପଣେଇଥିବା ହମାସ୍‌ ନେତୃବୃନ୍ଦ କହିଛନ୍ତି। ତେବେ ଗାଜା ଉପତ୍ୟକାରେ ଆକ୍ରମଣ ପୂର୍ବରୁ ଇସ୍ରାଏଲ ସରକାର ଟ୍ରମ୍ପ ପ୍ରଶାସନ ସହ ଆଲୋଚନା କରିଛନ୍ତି ବୋଲି ହ୍ବାଇଟ ହାଉସ ମୁଖପାତ୍ର ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ୨୦୨୩ ଅକ୍ଟୋବର ୭ରୁ ଇସ୍ରାଏଲ ଓ ହମାସ୍‌ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ତେବେ ଆମେରିକା, କାତାର ଓ ଇଜିପ୍ଟ ଭଳି ଦେଶଗୁଡିକର ମଧ୍ୟସ୍ଥତା ଯୋଗୁଁ ଦୁଇ ପକ୍ଷ ମଧ୍ୟରେ ତ୍ରିସ୍ତରୀୟ ଅସ୍ତ୍ରବିରତି ରାଜିନାମାକୁ କାର୍ଯ୍ୟକାରୀ କରାଯାଉଛି। ତେବେ ପ୍ରଥମ ପର୍ଯ୍ୟାୟ ଅସ୍ତ୍ରବିରତିର ମିଆଦ ବୃଦ୍ଧି କରିବାକୁ ଇସ୍ରାଏଲ ପ୍ରସ୍ତାବ ଦେଇଥିବାବେଳେ ହମାସ୍‌ ଏହାକୁ ପ୍ରତ୍ୟାଖ୍ୟାନ କରିଛି। ଅବଶ୍ୟ ପ୍ରଥମ ପର୍ଯ୍ୟାୟରେ ଉଭୟପକ୍ଷ ପଣବନ୍ଦୀ ବିନିମୟ କରିସାରିଛନ୍ତି। ତେବେ ମାର୍ଚ୍ଚ ୨ରୁ ଆରମ୍ଭ ହେବାକୁ ଥିବା ଦ୍ବିତୀୟ ପର୍ଯ୍ୟାୟ ଅସ୍ତ୍ରବିରତିକୁ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇନାହିଁ। ଏଥିରେ ହମାସ୍‌ ପକ୍ଷରୁ ତୀବ୍ର ଅସନ୍ତୋଷ ବ୍ୟକ୍ତ କରାଯାଇଥିବାବେଳେ ଇସ୍ରାଏଲକୁ ସମ୍ପୂର୍ଣ୍ଣ ଭାବେ ଦାୟୀ କରାଯାଇଛି। ଏହି ଯୁଦ୍ଧରେ ଇସ୍ରାଏଲର ୧୨୦୦ ସୈନ୍ୟ ଓ ନାଗରିକ ପ୍ରାଣ ହରାଇଥିବାବେଳେ ୨୫୧ ଜଣଙ୍କୁ ହମାସ୍‌ ପଣବନ୍ଦୀ ରଖିଛି। ଅପରପକ୍ଷରେ ଇସ୍ରାଏଲ ଆକ୍ରମଣରେ ୪୮ ହଜାର ପାଲେଷ୍ଟାଇନ ନାଗରିକଙ୍କର ମୃତ୍ୟୁ ଘଟିଥିବାବେଳେ ୧ ଲକ୍ଷରୁ ଅଧିକ ଆହତ ହୋଇସାରିଲେଣି।

Powered by Froala Editor

Tags Gaja attack

Related articles Odisha News Lens 4.1

  • ସୁଲତାନପୁର କୋର୍ଟରେ ରାହୁଲ
    ଦେଶ-ଦେଶାନ୍ତର

    ସୁଲତାନପୁର କୋର୍ଟରେ ରାହୁଲ

    14604
    Feb 20, 2026
  • ବାଣ ବିସ୍ଫୋରଣରେ ମା- ୩ବର୍ଷର ଝିଅ ମୃତ
    ଜିଲ୍ଲା ପରିକ୍ରମା

    ବାଣ ବିସ୍ଫୋରଣରେ ମା- ୩ବର୍ଷର ଝିଅ ମୃତ

    15445
    Feb 20, 2026
  • ସପ୍ତାହରେ ତିନିରୁ ଚାରି ଥର ଚା ପିଇଲେ କମ ହୋଇଥାଏ ହୃଦରୋଗ ଆଶଙ୍କା
    ବିଶେଷ

    ସପ୍ତାହରେ ତିନିରୁ ଚାରି ଥର ଚା ପିଇଲେ କମ ହୋଇଥାଏ ହୃଦରୋଗ ଆଶଙ୍କା

    13964
    Feb 20, 2026
  • MANAV ଭିଜନ୍‌ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ
    ଦେଶ-ଦେଶାନ୍ତର

    MANAV ଭିଜନ୍‌ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

    14356
    Feb 20, 2026
  • ଏପଷ୍ଟିନ୍‌ ଲିଙ୍କ୍‌,  ବ୍ରିଟେନ୍‌ର ପୂର୍ବତନ ଯୁବରାଜ ଗିରଫ
    ଦେଶ-ଦେଶାନ୍ତର

    ଏପଷ୍ଟିନ୍‌ ଲିଙ୍କ୍‌, ବ୍ରିଟେନ୍‌ର ପୂର୍ବତନ ଯୁବରାଜ ଗିରଫ

    14278
    Feb 20, 2026
  • ଦେଶକୁ ନକ୍ସଲମୁକ୍ତ କରିବାକୁ ବଡ଼ ଅପରେସନ ଆରମ୍ଭ
    ଦେଶ-ଦେଶାନ୍ତର

    ଦେଶକୁ ନକ୍ସଲମୁକ୍ତ କରିବାକୁ ବଡ଼ ଅପରେସନ ଆରମ୍ଭ

    13727
    Feb 20, 2026
  • ୨୭ରେ ମୁକ୍ତିଲାଭ କରିବ
    ମନୋରଞ୍ଜନ

    ୨୭ରେ ମୁକ୍ତିଲାଭ କରିବ "କାନ୍ଦ ମାଷ୍ଟ୍ରେ’

    14689
    Feb 20, 2026
  • ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀରେ କଂଗ୍ରେସ କର୍ମୀଙ୍କ  ପ୍ରତିବାଦ ପ୍ରଦର୍ଶନ
    ଦେଶ-ଦେଶାନ୍ତର

    ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀରେ କଂଗ୍ରେସ କର୍ମୀଙ୍କ ପ୍ରତିବାଦ ପ୍ରଦର୍ଶନ

    13795
    Feb 20, 2026
  • ଚାଷ ଉଜାଡ଼ିଲା ଅବକାରୀ : ଅଫିମକୁ ଚାଇନା ଶାଗ କହି ଦେଇଥିଲେ ମଞ୍ଜି
    ଅପରାଧ

    ଚାଷ ଉଜାଡ଼ିଲା ଅବକାରୀ : ଅଫିମକୁ ଚାଇନା ଶାଗ କହି ଦେଇଥିଲେ ମଞ୍ଜି

    14145
    Feb 20, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    MANAV ଭିଜନ୍‌ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

    14356
    Feb 20, 2026
  • ଦେଶ-ଦେଶାନ୍ତର

    ଦେଶକୁ ନକ୍ସଲମୁକ୍ତ କରିବାକୁ ବଡ଼ ଅପରେସନ ଆରମ୍ଭ

    13727
    Feb 20, 2026
  • ଦେଶ-ଦେଶାନ୍ତର

    ଏପଷ୍ଟିନ୍‌ ଲିଙ୍କ୍‌, ବ୍ରିଟେନ୍‌ର ପୂର୍ବତନ ଯୁବରାଜ ଗିରଫ

    14278
    Feb 20, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17345
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17411
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17757
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16231
    Apr 03, 2021

ବିଶେଷ

  • ସପ୍ତାହରେ ତିନିରୁ ଚାରି ଥର ଚା ପିଇଲେ କମ ହୋଇଥାଏ ହୃଦରୋଗ ଆଶଙ୍କା

    13964
    Feb 20, 2026
  • କଲରା ସହିତ ଏହିସବୁ ଖାଇଲେ କ୍ଷତିକାରକ

    15160
    Feb 18, 2026
  • ହଳଦୀରେ ଭରି ରହିଛି ସ୍ବାସ୍ଥ୍ୟୋପକାରୀ ଗୁଣ

    15873
    Feb 17, 2026
  • ଘରେ ରଖନ୍ତୁ ନାହିଁ ଭାଙ୍ଗି ଯାଇଥିବା କାଚ

    15887
    Feb 14, 2026
  • ସବୁଜ କ୍ୟାପସିକମ ଏହି ରୋଗ ପାଇଁ ଭାରି ଉପକାରୀ

    16304
    Feb 13, 2026

ବାଣିଜ୍ୟ

୧ ଏପ୍ରିଲରୁ ନୂତନ ଆୟକର ଆଇନ

୧ ଏପ୍ରିଲ, ୨୦୨୬ରୁ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆୟକର ବିଭାଗ ଡ୍ରାଫ୍ଟ ଆୟକର ନିୟମ, ୨୦୨୬ ସହିତ ଡ୍ରାଫ୍ଟ ଟିକସ ରିଟର୍ନ ଫର୍ମ ପ୍ରକାଶ କରିଛି, ଯାହା ପ୍ରଥମ ଥର ପାଇଁ ନୂତନ ଆୟକର ଆଇନ, ୨୦୨୫ ପ୍ରକୃତରେ କିପରି କାମ କରିବ ତାହାର ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରିଛି।

ଦେଶରେ ବର୍ତ୍ତମାନର ଟିକସ ଆଇନ ୧୯୬୧ରୁ ...

  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14958
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14470
    Feb 01, 2026
  • ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ

    16077
    Jan 28, 2026
  • ଆମୱେ ଇଣ୍ଡିଆ ତ୍ୱଚା, କେଶ ଓ ନଖ ସ୍ୱାସ୍ଥ୍ୟକୁ ସମର୍ଥନ କରୁଥିବା ନୁ୍ୟଟ୍ରିଲାଇଟ୍‌ ବାୟୋଟିନ୍‌ ସି ପ୍ଲସ୍‌ (ଜିଙ୍କ୍‌ ଓ ବେଟା କାରୋଟିନ୍‌) ପ୍ରଚଳନ କଲା

    15362
    Jan 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଏପଷ୍ଟିନ୍‌ ଲିଙ୍କ୍‌, ବ୍ରିଟେନ୍‌ର ପୂର୍ବତନ ଯୁବରାଜ ଗିରଫ

    14278
    Feb 20, 2026
  • ଚାଷ ଉଜାଡ଼ିଲା ଅବକାରୀ : ଅଫିମକୁ ଚାଇନା ଶାଗ କହି ଦେଇଥିଲେ ମଞ୍ଜି

    14145
    Feb 20, 2026
  • ବିନୋଦ ଜାଖଡ ଛାତ୍ର କଂଗ୍ରେସର ନୂତନ ସଭାପତି

    15356
    Feb 20, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In