ଦିଲ୍ଲୀରେ କରୋନାର ଚତୁର୍ଥ ଲହରୀ, ସ୍କୁଲ ବନ୍ଦ ନେଇ କ’ଣ କହିଲେ ମୁଖ୍ୟମନ୍ତ୍ରୀ ଜାଣନ୍ତୁ?

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନାର ଚତୁର୍ଥ ଲହରୀ ଦେଖାଯାଇଛି । ଲଗାତାର ଭାବେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଥିବା ସମସ୍ତ ଘରୋଇ ଏବଂ ସରକାରୀ ସ୍କୁଲକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘୋଷଣା କରିଛନ୍ତି । ଛାତ୍ରଛାତ୍ରୀମାନେ ଘରେ ରହି ଅନଲାଇନରେ ପାଠପଢ଼ନ୍ତୁ ବୋଲି ସେ ଅପିଲ କରିଛନ୍ତି । ଦିଲ୍ଲୀରେ ସଂକ୍ରମଣ ରୋକିବାକୁ ବିଭିନ୍ନ ସ୍ଥାନରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଏଠାରେ ବୟସ୍କଙ୍କ ତୁଳନାରେ ଅଧିକ ଯୁବକ ସଂକ୍ରମିତ ହେଉଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଘୋଷଣା କରିଛନ୍ତି ।