ଦିନକୁ ଦିନ ଉପରମୁହାଁ ହେଉଛି ପାରଦ, ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର
ଭୁବନେଶ୍ଵର: ଜଳୁଛି ସାରା ଓଡିଶା। ଦିନକୁ ଦିନ ଉପରମୁହାଁ ହେଉଛି ପାରଦ। ଆଜି ଦିନ ସାଢେ ୧୧ ସୁଦ୍ଧା ୩୭ ଡିଗ୍ରୀ ଟପିଛି ତାପମାତ୍ରା। ୩୭.୪ ଡିଗ୍ରୀ ସହ ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଗତକାଲି ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାର ତାପମାତ୍ରା ୩୬.୬ ଡିଗ୍ରୀ ଥିଲା। ସେପଟେ ଆସନ୍ତା ୧୬ ତାରିଖ ଯାଏଁ ରାଜ୍ୟରେ ସିଭିୟର୍ ହିଟ୍ଓ୍ବେଭ୍ ନେଇ ସତର୍କ କରାଯାଇଛି। ସିଭିୟର୍ ହିଟ୍ ଓ୍ବେଭ୍ ନେଇ ଶନିବାର ୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ସେସବୁ ଜିଲ୍ଲା ଗୁଡିକ ହେଲା ସମ୍ବଲପୁର, ଝାରସୁଗୁଡା ଏବଂ ମୟୁରଭଞ୍ଜ ଜିଲ୍ଲା। ୧୪ରୁ ୧୬ ଯାଏଁ ସତର୍କ ରହିବାକୁ ଆଲର୍ଟ କରିଛି ପାଣିପାଗ ବିଭାଗ।
Powered by Froala Editor