ନକଲି ଔଷଧ ବାବଦରେ ଏହା କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ...

ମାର୍କେଟରେ ନକଲି ଔଷଧ ବିକ୍ରି ଜାରି ରହିଛି। ବାହାର ରାଜ୍ୟରୁ ଓଡ଼ିଶାକୁ ନକଲି ଔଷଧ ଆସୁଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଧାନସଭାରେ ସୂଚନା ପ୍ରଦାନ କରିଛନ୍ତି।
ଗତ ତିନି ବର୍ଷ ମଧ୍ୟରେ ୧୦୩ ଔଷଧ ନିମ୍ନମାନର ଥିବା ଧରାପଡ଼ିଛି । ୪ ସପ୍ଲାୟରଙ୍କ ସମେତ ସେସବୁ ଔଷଧ ଉତ୍ପାଦନ କରୁଥିବା କମ୍ପାନିକୁ କଳା ତାଲିକା ଭୁକ୍ତ କରାଯାଇଛି। ୨୦୨୨-୨୩ ରେ ୪୫ଟି ଔଷଧକୁ ନିମ୍ନମାନର ଘୋଷଣା କରାଯାଇଛି । ସେହିପରି ୨୦୨୩-୨୪ ରେ ୩୨ ଟି, ୨୦୨୪-୨୫ରେ ୨୬ ଔଷଧ ନିମ୍ନମାନର ଥିବା ଧରାପଡ଼ିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏଭଳି ଲିଖିତ ଉତ୍ତର ରଖିଛନ୍ତି।
ବିଧାନସଭାରେ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ମନ୍ତ୍ରୀ କହିଥିଲେ ମାର୍କେଟରେ ଜିଙ୍କ୍ ସଲଫେଟ, ସୋଡିୟମ ଲାକଟେଟ, ହେପ୍ରେନ ସୋଡିୟମ ଇଞ୍ଜେକସନ ନିମ୍ନମାନର ବୋଲି ଧରାପଡ଼ିଛି। ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, କୋଲକତା, ହାଇଦ୍ରାବାଦରୁ ଓଡିଶାକୁ ନକଲି ଔଷଧ ଆସୁଛି।
ଏହା ବ୍ୟତୀତ ରାଜ୍ୟରେ ୧ ଲକ୍ଷ ୪୩ ହଜାର ୬୯୧ କୁଷ୍ଠ ରୋଗୀ ଅଛନ୍ତି ବୋଲି ବିଧାୟକ ଅନନ୍ତ ଜେନାଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ୨୦୦୬-୦୭ରେ ରାଜ୍ୟରେ ୫୦୮୮ କୁଷ୍ଠ ରୋଗୀ ଥିଲେ । ୨୦୧୮-୧୯ରେ ସର୍ବାଧିକ ୧୦ ହଜାର ୭୮୬ ରୋଗୀ ଚିହ୍ନଟ ହୋଇଥିଲେ ।
୨୦୨୩-୨୪ରେ ୮୩୯୬ ରାଗୀଙ୍କୁ ଚିହ୍ନଟ କରାଯାଇଥିବାବେଳେ ରାଜ୍ୟରେ କ୍ରମାଗତ କୁଷ୍ଠ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ବୋଲି ସୂଚନା ପ୍ରଦାନ କରିଛନ୍ତି।
Powered by Froala Editor