ବରଯାତ୍ରୀ ପିକଅପ୍ ଭ୍ୟାନ୍ ଦୁର୍ଘଟଣାରେ ୨୫ ଜଣ ଆହତ

ରେଢାଖୋଲ : ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ଧଅପୁର ବୁଲାଣୀ ନିକଟରେ ଅଭାବନୀୟ ଘଟଣା ଘଟିଛି। ବରଯାତ୍ରୀ ପିକଅପ୍ ଭ୍ୟାନ୍ ଦୁର୍ଘଟଣାରେ ୨୫ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପିକଭ୍ୟାନ୍ ଭ୍ୟାନଟି ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡିବାରୁ ୨୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆହତଙ୍କୁ ସମ୍ବଲପୁର ଓ ନାକଟିଦେଉଳ ମେଡିକାଲରେ ଭର୍ତ୍ତି କରାଯାଇଛି। ଜଣେ ଆହତଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବରଯାତ୍ରୀ ନେଇ ଗାଡିଟି ଯାଉଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲା। ଆହତଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ଥିବା ଜଣାପଡିଛି।
Powered by Froala Editor