୮ ଓ ୯ ରେ ହେବନି ପରୀକ୍ଷା, ଗ୍ରୁପ୍ ‘ବି’ ପୁଲିସ ପରୀକ୍ଷା ସ୍ଥଗିତ
ଓପିଆରବି ଦ୍ୱାରା ହେବାକୁ ଥିବା ପୁଲିସ ପରୀକ୍ଷାକୁ ସ୍ଥଗିତ କରାଯାଇଛି । ଚଳିତ ମାସ ଅର୍ଥାତ ମାର୍ଚ୍ଚ ୮ ଓ ୯ରେ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ମାର୍ଚ୍ଚ ୯ରେ ସହକାରୀ କୃଷି ଅଧିକାରୀ ପରୀକ୍ଷା ଏବଂ ଏସ୍ଆଇ ପରୀକ୍ଷା ଗୋଟିଏ ଦିନରେ ଦୁଇ ଦୁଇଟି ପରୀକ୍ଷା ଥିବାରୁ ଆଶାୟୀ ପ୍ରାର୍ଥୀମାନେ କେଉଁ ପରୀକ୍ଷା ଦେବେ ଚିନ୍ତାରେ ଥିଲେ । ପରୀକ୍ଷାର୍ଥୀ ତଥା ଚାକିରି ଆଶାୟୀ ଏନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଫଳରେ ଏହି ପରୀକ୍ଷାକୁ ସରକାରଙ୍କ ପକ୍ଷରୁ ସ୍ଥଗିତ ରଖାଯାଇଛି । ଏନେଇ ପରୀକ୍ଷାର୍ଥୀ ଆଶ୍ୱସ୍ତି ଲାଭ କରିଥିବା କହିଛନ୍ତି ।
ଅନ୍ୟାଦେଶ ପର୍ଯ୍ୟନ୍ତ ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଥିବା ସୂଚନା ମିଳିଛି। ଏହି ପରୀକ୍ଷା କରୁଥିବା ଓଡିଶା ପୁଲିସ ଚୟନ ବୋର୍ଡ ଗତ ୨ ତାରିଖରେ ଏହି ପରୀକ୍ଷା ପାଇଁ ଆଡମିଟ କାର୍ଡ ଡାଉନଲୋଡ଼ କରିବା ବିଷୟ ଘୋଷଣା କରିଥିଲେ।
ଓଡିଶା ପୁଲିସ ଚୟନ ବୋର୍ଡ ସୂଚନା ଅନୁଯାୟୀ ୯୩୩ଟି ପୁଲିସ ଏସଏଇ, ଅଗ୍ନିଶମ ସେବା ଷ୍ଟେସନ ଅଫିସର ଓ ଆସିଷ୍ଟାଣ୍ଟ ଜେଲର ପଦବୀ ପାଇଁ ଚଳିତ ମାସ ୮ ଓ ୯ରେ ପରୀକ୍ଷା କରିବା ପାଇଁ ସମସ୍ତ ପ୍ରସ୍ତୁତି ଏକ ପ୍ରକାର ଚୂଡାନ୍ତ ପର୍ଯ୍ୟାୟରେ ପହଂଚି ଥିଲେ ମଧ୍ୟ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ।
Powered by Froala Editor