Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, July 12, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଗୃହିଣୀମାନେ ମାନନ୍ତୁ ଏହି ଜରୁରୀ ଟିପ୍ସ

  • ଓଲଟିଲା ସ୍ପିଡ୍‌ବୋଟ୍, ୧୫ ଭାରତୀୟଙ୍କ ...

  • ଭାରତର ଭୁଲ୍ ମାନଚିତ୍ର ପ୍ରଦର୍ଶନ ...

  • ବିଚାରପତିଙ୍କ ଆଡ଼କୁ କାଗଜ ଫିଙ୍ଗିବା ସହ ...

  • ଜାତୀୟ ସଙ୍ଗୀତ ଗାନ ଓ ଧୂନ୍ ନେଇ ନୂଆ ...

  • 'INS ମହେନ୍ଦ୍ରଗିରି' ଭାରତୀୟ ନୌସେନାରେ ...

  • ବାପା ବିଜୟ ଶର୍ମାଙ୍କୁ ମଧ୍ୟ ...

  • ୩୦ ଟଙ୍କା ଚୋରିର ଲାଞ୍ଛନା ସହି ପାରିଲେନି, ...

  • ପ୍ରଧାନ ବିଚାରପତିଙ୍କ ଉପରକୁ କାଗଜ ...

  • ଜାତୀୟ ସଙ୍ଗୀତ ଫିଲ୍ମର ଅଂଶ, ତେବେ ଠିଆ ...

ରାଜ୍ୟ
Home ›› ରାଜ୍ୟ ››ବିଜୁ ବାବୁ ସାଢେ ଚାରିକୋଟି ଓଡ଼ିଆଙ୍କ ବିଶ୍ୱାସର ସ୍ତମ୍ଭ

ବିଜୁ ବାବୁ ସାଢେ ଚାରିକୋଟି ଓଡ଼ିଆଙ୍କ ବିଶ୍ୱାସର ସ୍ତମ୍ଭ

2025-03-06 04:22:33
14844
Share:
Facebook
Twitter
E-Mail
WhatsApp
Telegram
ବିଜୁ ବାବୁ ସାଢେ ଚାରିକୋଟି ଓଡ଼ିଆଙ୍କ ବିଶ୍ୱାସର ସ୍ତମ୍ଭ

ଭୁବନେଶ୍ବର : ସରକାର ଆସିବ ଓ ଯିବ। କିନ୍ତୁ ବିଜୁ ବାବୁ ସବୁଦିନ ପାଇଁ ସବୁ ଓଡ଼ିଆଙ୍କ ହୃଦୟରେ ରହିଛନ୍ତି ଓ ରହିଥିବେ। ତାଙ୍କ ଅବଦାନ ପାଇଁ ଓଡ଼ିଆ ଜାତି ଗର୍ବ କରୁଥିବ ଏବଂ ଭବିଷ୍ୟତ ପିଢ଼ି ପାଇଁ ପ୍ରେରଣା ଯୋଗାଇ ଚାଲିଥିବ। ଶଙ୍ଖଭବନରେ ଆୟୋଜିତ ବିଜୁ ଜୟନ୍ତୀରେ ଏହା କହିଛନ୍ତି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜୟନ୍ତୀ ସଭାରେ ଉଦବୋଧନ ଦେଇ ନବୀନ କହିଥିଲେ ଯେ, ବିଜୁ ବାବୁ; ଏହି ଦୁଇଟି ଶବ୍ଦ ଶୁଣିଲେ ପ୍ରତି ଓଡ଼ିଆଙ୍କ ଛାତି ଗର୍ବରେ ଫୁଲି ଉଠେ। ମନରେ ସାହସ ଆସେ ଏବଂ ଆଖି ଆଗରେ ସାହସ ଓ କରୁଣାରେ ପରିପୂର୍ଣ୍ଣ ବିଶାଳ ହୃଦୟ ଥିବା ଟଲ୍ ମ୍ୟାନଙ୍କ ଛବି ଭାସି ଆସେ। ସେ ଥିଲେ ସାଢେ ଚାରିକୋଟି ଓଡ଼ିଆଙ୍କ ବିଶ୍ୱାସର ସ୍ତମ୍ଭ। ବିଜୁ ବାବୁଙ୍କ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସ ଭାବରେ ପାଳନ ନ କରିବା ପାଇଁ ସରକାରଙ୍କ ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ରଖି ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଦୁର୍ଭାଗ୍ୟର କଥା କ୍ଷମତାକୁ ଆସିବାର ଠିକ ପରେ ପରେ ବିଜେପି ସରକାର ବିଜୁ କ୍ରୀଡ଼ା ପୁରସ୍କାର ନାମ ବଦଳାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ପ୍ରବଳ ପ୍ରତିକ୍ରିୟା ପରେ ନିଷ୍ପତ୍ତିରୁ ଓହରିଲେ। ଏବେ ସାରା ରାଜ୍ୟରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯାଉଛି। କିନ୍ତୁ ଅପରାଧୀଙ୍କୁ ଧରିବା ପାଇଁ ସରକାରଙ୍କ ଆନ୍ତରିକତା ନାହିଁ। ଗତ ୩୦ ବର୍ଷ ହେଲା ୧୯୯୩ରୁ ଓଡ଼ିଶାବାସୀ ବିଜୁବାବୁଙ୍କ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସ ଭାବରେ ପାଳନ କରି ଆସୁଥିଲେ। କିନ୍ତୁ ଚଳିତବର୍ଷ ଏହି ଦିବସକୁ ଅନ୍ୟ ତାରିଖକୁ ଘୁଞ୍ଚାଇବା ପଛରେ ରହସ୍ୟ କ’ଣ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି।
ଏହାର କଡ଼ା ନିନ୍ଦା କରି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ବିଜେପି ସରକାର ଯୋଜନା ଓ ପୁରସ୍କାରର ନାମ, ରଙ୍ଗ ପରିବର୍ତ୍ତନ କରିପାରନ୍ତି, ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିକୁ ବିକୃତ କରିପାରନ୍ତି, ଉତ୍ସବ ତାରିଖ ବଦଳାଇ ପାରନ୍ତି, କିନ୍ତୁ ବିଜୁ ବାବୁଙ୍କ ପ୍ରତି ଥିବା ଲୋକଙ୍କ ଶ୍ରଦ୍ଧା ଓ ଭଲ ପାଇବାକୁ ବଦଳାଇ ପାରିବେ ନାହିଁ। ପୁରୀ ସ୍ୱର୍ଗଦ୍ୱାରରୁ ବିଜୁ ବାବୁଙ୍କ ସମାଧି ହଟାଯିବା ବିଷୟ ଉଲ୍ଲେଖ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ସ୍ୱର୍ଗଦ୍ୱାରର ପୁନର୍ବିନ୍ୟାସ ପାଇଁ ବିଜୁ ବାବୁଙ୍କ ସମାଧି ହଟାଇବା ପାଇଁ ସେ ନିଷ୍ପତ୍ତି ନେଇଥିଲେ। କାରଣ ଇଟା, ସିମେଣ୍ଟ ଓ କଂକ୍ରିଟ ଆବରଣ ଭିତରେ ନୁହେଁ, ବିଜୁ ବାବୁଙ୍କ ସ୍ଥାନ ଓଡ଼ିଶାବାସୀଙ୍କ ହୃଦୟରେ। ପଞ୍ଚାୟତିରାଜ ଦିବସ ପାଳନ ମାର୍ଚ୍ଚ ୫ ପରିବର୍ତ୍ତେ ଅନ୍ୟ ତାରିଖକୁ ଘୁଞ୍ଚାଇବାକୁ ନିନ୍ଦା କରି ଶ୍ରୀ ପଟ୍ଟନାୟକ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ ଏହା କ’ଣ ବିଜୁବାବୁଙ୍କ ଲିଗାସିକୁ ଲିଭାଇବାକୁ ଉଦ୍ୟମ କି? ଆପଣ କ’ଣ ପାରାଦ୍ୱୀପ ବନ୍ଦର, ଏନଟିପିସି, ହାଲ, ଓୟୁଏଟି, ଏନଆଇଟି ରାଉରକେଲାକୁ ବନ୍ଦ କରିପାରିବେ? ପଞ୍ଚାୟତିରାଜ ଅନୁଷ୍ଠାନରେ ମହିଳାଙ୍କ ପାଇଁ ବିଜୁ ବାବୁ ଆରମ୍ଭ କରିଥିବା ସଂରକ୍ଷଣ ବ୍ୟବସ୍ଥାକୁ ଆପଣ କ’ଣ ଉଚ୍ଛେଦ କରିପାରିବେ? ସ୍ୱାଧୀନତା ସଂଗ୍ରାମରେ ବିଜୁ ବାବୁଙ୍କ ଅବଦାନକୁ ଆପଣ କ’ଣ ଲିଭାଇ ପାରିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ବର୍ତ୍ତମାନ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦର ନାମ ପରିବର୍ତ୍ତନ ପାଇଁ ସରକାର ଉଦ୍ୟମ କରୁଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭର ସହ କହିଥିଲେ।
ଇଣ୍ଡୋନେସିଆର ମୁକ୍ତି ସଂଗ୍ରାମ ହେଉ ବା ୟୁନେସ୍କୋ କଳିଙ୍ଗ ପୁରସ୍କାର, ଓଡ଼ିଆ ଜାତିର ପରିଚୟକୁ ସେ ନୂଆ ଶିଖରକୁ ନେଇଥିଲେ। ବିଜୁ ବାବୁ କେବଳ ରାଜ୍ୟ ବା ଜାତୀୟସ୍ତରର ନେତା ନ ଥିଲେ ସେ ଜଣେ ବିଶ୍ୱ ନେତା ଥିଲେ। ପଞ୍ଚାୟତିରାଜ ବ୍ୟବସ୍ଥାକୁ ମଜଭୁତ କରିବାରେ ବିଜୁ ବାବୁଙ୍କ ଅବଦାନକୁ ଉପେକ୍ଷା କରାଯାଇ ପାରିବ ନାହିଁ। ଏବେ କିଛି ବର୍ଷ ହେଲା କିଛି ଲୋକ ଇତିହାସକୁ ବିକୃତ କରିବା ପାଇଁ ଉଦ୍ୟମ କରୁଛନ୍ତି ବୋଲି ନବୀନ ଶାସକ ବିଜେପିକୁ ଶାଣିତ ସମାଲୋଚନା କରିଛନ୍ତି। ଏହି ଅବସରରେ ଦଳର ବିଧାୟକ, ବରିଷ୍ଠ ନେତା ଉଦବୋଧନ ଦେଇଥିଲେ।

Powered by Froala Editor

Tags Naveen pattanaik

Related articles Odisha News Lens 4.1

  • ବିଚାରପତିଙ୍କ ଆଡ଼କୁ କାଗଜ ଫିଙ୍ଗିବା ସହ ଅଶ୍ଳୀଳ ଭାଷା ପ୍ରୟୋଗ କଲେ ଆବେଦନକାରୀ
    ଦେଶ-ଦେଶାନ୍ତର

    ବିଚାରପତିଙ୍କ ଆଡ଼କୁ କାଗଜ ଫିଙ୍ଗିବା ସହ ଅଶ୍ଳୀଳ ଭାଷା ପ୍ରୟୋଗ କଲେ ଆବେଦନକାରୀ

    15247
    Jul 11, 2026
  • ଜାତୀୟ ସଙ୍ଗୀତ ଗାନ ଓ ଧୂନ୍ ନେଇ ନୂଆ ନିର୍ଦ୍ଦେଶନାମା ଜାରି: ‘ବନ୍ଦେ ମାତରମ୍ ’ ପ୍ରଥମେ ...
    ଦେଶ-ଦେଶାନ୍ତର

    ଜାତୀୟ ସଙ୍ଗୀତ ଗାନ ଓ ଧୂନ୍ ନେଇ ନୂଆ ନିର୍ଦ୍ଦେଶନାମା ଜାରି: ‘ବନ୍ଦେ ମାତରମ୍ ’ ପ୍ରଥମେ ...

    15360
    Jul 11, 2026
  • ଜାତୀୟ ସଙ୍ଗୀତ ଫିଲ୍ମର ଅଂଶ, ତେବେ ଠିଆ ହେବା ବାଧ୍ୟତାମୂଳକ ନୁହେଁ
    ଦେଶ-ଦେଶାନ୍ତର

    ଜାତୀୟ ସଙ୍ଗୀତ ଫିଲ୍ମର ଅଂଶ, ତେବେ ଠିଆ ହେବା ବାଧ୍ୟତାମୂଳକ ନୁହେଁ

    13602
    Jul 11, 2026
  • ଗୃହିଣୀମାନେ ମାନନ୍ତୁ ଏହି ଜରୁରୀ ଟିପ୍ସ
    ବିଶେଷ

    ଗୃହିଣୀମାନେ ମାନନ୍ତୁ ଏହି ଜରୁରୀ ଟିପ୍ସ

    14100
    Jul 12, 2026
  •  'INS ମହେନ୍ଦ୍ରଗିରି' ଭାରତୀୟ ନୌସେନାରେ ସାମିଲ
    ଦେଶ-ଦେଶାନ୍ତର

    'INS ମହେନ୍ଦ୍ରଗିରି' ଭାରତୀୟ ନୌସେନାରେ ସାମିଲ

    15309
    Jul 11, 2026
  • ବାପା ବିଜୟ ଶର୍ମାଙ୍କୁ ମଧ୍ୟ ମାରିଦେଇଥିଲା ଆୟୁଷୀ !
    ଦେଶ-ଦେଶାନ୍ତର

    ବାପା ବିଜୟ ଶର୍ମାଙ୍କୁ ମଧ୍ୟ ମାରିଦେଇଥିଲା ଆୟୁଷୀ !

    15044
    Jul 11, 2026
  • ୩୦ ଟଙ୍କା ଚୋରିର ଲାଞ୍ଛନା ସହି ପାରିଲେନି, ଆତ୍ମହତ୍ୟା କଲେ ଅଷ୍ଟମ ଛାତ୍ରୀ
    ଦେଶ-ଦେଶାନ୍ତର

    ୩୦ ଟଙ୍କା ଚୋରିର ଲାଞ୍ଛନା ସହି ପାରିଲେନି, ଆତ୍ମହତ୍ୟା କଲେ ଅଷ୍ଟମ ଛାତ୍ରୀ

    14321
    Jul 11, 2026
  • ଓଲଟିଲା ସ୍ପିଡ୍‌ବୋଟ୍, ୧୫ ଭାରତୀୟଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ଓଲଟିଲା ସ୍ପିଡ୍‌ବୋଟ୍, ୧୫ ଭାରତୀୟଙ୍କ ମୃତ୍ୟୁ

    14639
    Jul 11, 2026
  • ପ୍ରଧାନ ବିଚାରପତିଙ୍କ ଉପରକୁ କାଗଜ ଫିଙ୍ଗିଲେ ଆବେଦନକାରୀ
    ଦେଶ-ଦେଶାନ୍ତର

    ପ୍ରଧାନ ବିଚାରପତିଙ୍କ ଉପରକୁ କାଗଜ ଫିଙ୍ଗିଲେ ଆବେଦନକାରୀ

    13990
    Jul 11, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଜାତୀୟ ସଙ୍ଗୀତ ଗାନ ଓ ଧୂନ୍ ନେଇ ନୂଆ ନିର୍ଦ୍ଦେଶନାମା ଜାରି: ‘ବନ୍ଦେ ମାତରମ୍ ’ ପ୍ରଥମେ ଓ ‘ଜନ ଗଣ ମନ’ ଗାନ ପରେ

    15360
    Jul 11, 2026
  • ବିଶେଷ

    ଗୃହିଣୀମାନେ ମାନନ୍ତୁ ଏହି ଜରୁରୀ ଟିପ୍ସ

    14100
    Jul 12, 2026
  • ଦେଶ-ଦେଶାନ୍ତର

    ବିଚାରପତିଙ୍କ ଆଡ଼କୁ କାଗଜ ଫିଙ୍ଗିବା ସହ ଅଶ୍ଳୀଳ ଭାଷା ପ୍ରୟୋଗ କଲେ ଆବେଦନକାରୀ

    15247
    Jul 11, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16971
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17583
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17637
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18037
    Sep 06, 2023

ବିଶେଷ

  • ଗୃହିଣୀମାନେ ମାନନ୍ତୁ ଏହି ଜରୁରୀ ଟିପ୍ସ

    14100
    Jul 12, 2026
  • ଛୋଟପିଲାଙ୍କ ଠାରେ ଥିଲେ ମଧୁମେହ ଲକ୍ଷଣ କେମିତି ଜାଣିବେ ?

    14602
    Jul 10, 2026
  • ଥଣ୍ଡାପାଗରେ କମ୍ ମାତ୍ରାରେ ସେବନ କରନ୍ତୁ ଲୁଣ ଓ ଚିନି

    15536
    Jul 07, 2026
  • ଷ୍ଟିକର୍‌ ଛଡ଼ାଇ ଖାଆନ୍ତୁ ଫଳ, ନହେଲେ ଭୋଗିବେ ଏହି ସମସ୍ୟା

    15641
    Jul 06, 2026
  • ଦମ୍ପତିଙ୍କ ମଧ୍ୟରେ ବଢୁଛି ସ୍ଲିପ୍ ଡିଭୋର୍ସ, ଜାଣନ୍ତୁ କ'ଣ ?

    15458
    Jul 05, 2026

ବାଣିଜ୍ୟ

ମାସକରେ ୧୫ ହଜାର ଖସିଲାଣି ସୁନା

ସୁନା ଓ ରୁପା ଦରରେ ଲଗାତାର ଉତ୍ଥାନ-ପତନ ଦେଖିବାକୁ ମିଳୁଛି। ଏଇ ମାସରେ ସୁନା ଭରି ପିଛା ଖସିଲାଣି ପ୍ରାୟ ୧୫ ହଜାର ଟଙ୍କା । ୨୨ କ୍ୟାରେଟ୍ ସୁନାର ଦାମ ୧୦ ଗ୍ରାମ ପିଛା ୧ ଲକ୍ଷ ୩୦ ହଜାର ଟଙ୍କା ତଳକୁ ଖସିଛି।  ଏହା ଗ୍ରାହକଙ୍କ ପାଇଁ କିଛିଟା ଆଶ୍ୱସ୍ତିର ଖବର ହୋଇଥିବା ବେଳେ, ନିବେଶକଙ୍କ ମଧ୍ୟରେ ଏହାକୁ ନେଇ ଚର ...

  • ସ୍ମୃତି କ୍ୟାଣ୍ଡିୟର୍‌ ବ୍ରାଣ୍ଡ୍‌ ଆମ୍ବାସଡର୍‌ ନିଯୁକ୍ତ

    15840
    Jun 30, 2026
  • ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

    15709
    Jun 17, 2026
  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13816
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14933
    Apr 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଭାରତର ଭୁଲ୍ ମାନଚିତ୍ର ପ୍ରଦର୍ଶନ କରାଯିବାକୁ ନେଇ ଆପତ୍ତି

    13787
    Jul 11, 2026
  • ୩୦ ଟଙ୍କା ଚୋରିର ଲାଞ୍ଛନା ସହି ପାରିଲେନି, ଆତ୍ମହତ୍ୟା କଲେ ଅଷ୍ଟମ ଛାତ୍ରୀ

    14321
    Jul 11, 2026
  • ଗୃହିଣୀମାନେ ମାନନ୍ତୁ ଏହି ଜରୁରୀ ଟିପ୍ସ

    14100
    Jul 12, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In