ପ୍ରଥମ ସ୍ତ୍ରୀଙ୍କ ସମ୍ପର୍କୀୟ ଭଉଣୀଙ୍କୁ ବାହାହେଲେ ମନ୍ମଥ
ପ୍ରଥମ ବିବାହର ବିଚ୍ଛେଦ ପରେ ସୁର ରାଉତରାୟଙ୍କ ସାନପୁଅ ତଥା ବିଜେଡି ନେତା ମନ୍ମଥ ରାଉତରାୟ ଦ୍ବିତୀୟ ବିବାହ କରିଛନ୍ତି । ରାଜଧାନୀ ଉପକଣ୍ଠ ଡେରାସ ଚନ୍ଦକା ରିସର୍ଟରେ ବେଶ୍ ଆଡମ୍ବରରେ ବିବାହ ସମ୍ପନ୍ନ ହୋଇଛି । ତେବେ ବିବାହ ଉତ୍ସବରେ ଅଧିକ ଲୋକଙ୍କୁ ନିମନ୍ତ୍ରଣ କରାଯାଇନଥିଲା । ମାତ୍ର କିଛି ବନ୍ଧୁବାନ୍ଧବଙ୍କ ଗହଣରେ ବିବାହ ହୋଇଛି ।
ତାଙ୍କ ସ୍ତ୍ରୀଙ୍କ ନାମ ରୋଜାଲିନ୍ ପଟ୍ଟନାୟକ ହୋଇଥିବା ବେଳେ ସେ ଏକ ଘରୋଇ ବ୍ୟାଙ୍କରେ ଉଚ୍ଚ ପଦସ୍ଥ କର୍ମଚାରୀ ଅଛନ୍ତି । ତାଙ୍କ ପ୍ରଥମ ସ୍ତ୍ରୀ ସୁଚିସ୍ମିତା ମହାପାତ୍ରଙ୍କ ସହିତ ବିବାହ ବିଚ୍ଛେଦ ପରେ ସେ ଏବେ ରୋଜାଲିନଙ୍କୁ ବିବାହ କରିଛନ୍ତି । ପ୍ରଥମ ପତ୍ନୀଙ୍କୁ ସେ ପ୍ରାୟ ଦୁଇ ବର୍ଷ ତଳେ ସେ ଛାଡପତ୍ର ଦେଇଥିଲେ । ଏବେ ପୁଣି ସେ ବିବାହ କରିଛନ୍ତି। ଶୁଣିବାକୁ ମିଳୁଛି ମନ୍ମଥ ଙ୍କ ଦ୍ଵିତୀୟ ପତ୍ନୀ ରୋଜାଲିନ ହେଉଛନ୍ତି ମନ୍ମଥଙ୍କ ପ୍ରଥମ ପତ୍ନୀଙ୍କ ସମ୍ପର୍କୀୟ ଭଉଣୀ।
ରୋଚକ କଥା ହେଉଛି ମନ୍ମଥ ଙ୍କ ବରଯାତ୍ରୀ ରୋଷଣୀରେ ହେ ନବୀନ ବାବୁ ଗୀତ ବାଜୁଥିଲା। ଆଉ ସମସ୍ତେ ନାଚୁ ଥିଲେ । ଉଭୟ ମନ୍ମଥ ଏବଂ ରୋଜାଲିନ ଉଭୟ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ ସମ୍ପନ୍ନ ହୋଇଛି । କିନ୍ତୁ ବିବାହରେ ଉପସ୍ଥିତ ନଥିଲେ ବାପା ସୁର ରାଉତରାୟ ଓ ବଡ଼ ଭାଇ ସିଦ୍ଧାର୍ଥ ରାଉତରାୟ । ଭିଡିଓରୁ ଯାହା ଦେଖାଯାଇଛି ମନ୍ମଥଙ୍କ ସମ୍ପର୍କୀୟ ତଥା ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ବରଯାତ୍ରୀ ଭାବେ ଯାଇଥିଲେ।
Powered by Froala Editor