ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେଖା ଗୁପ୍ତା

ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ରେଖା ଗୁପ୍ତା ଆଜି ଶପଥ ନେଇଛନ୍ତି । ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକସେନା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ତାଙ୍କ ସହ ପରବେଶ ବର୍ମା ବି କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରେଖାଙ୍କ ସହ ରେଖା ଗୁପ୍ତାଙ୍କ ସହ ଦିଲ୍ଲୀ କ୍ୟାବିନେଟର ଅନ୍ୟ ୬ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ପ୍ରବେଶ ବର୍ମା, ଆଶୀଷ ସୁଦ, ସରଦାର ମଞ୍ଜିଦର ସିଂ ସିରସା, ରବିନ୍ଦ୍ର ସିଂ, କପିଲ ମିଶ୍ରା ଓ ପଙ୍କଜ କୁମାର ସିଂ । ଦୀର୍ଘ ୨୬ ବର୍ଷ ପରେ ବିଜେପି ସରକାର ସତ୍ତାକୁ ଆସିଛି । ଅନ୍ୟପଟେ ଆମ୍ ଆଦମୀ ଦଳର ଦୀର୍ଘ ୧୦ ବର୍ଷର ଶାସନକୁ ଶେଷ କରିଛି ।
ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତପ୍ରକାଶ ନଡ୍ଡା, ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ସହ ଦଳର ଅନେକ ବରିଷ୍ଠ ନେତା ଯୋଗ ଦେଇଥିଲେ । ଦିନ ୩ ଟାରେ ବିଜେନ୍ଦ୍ର ଗୁପ୍ତାଙ୍କ ଅଧ୍ୟକ୍ଷତାରେ ପ୍ରଥମ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହେବ ।
Powered by Froala Editor