ଗରିବ ଝିଅଙ୍କ ବିବାହ ଆୟୋଜନ କରିବେ ସରକାର, ୧୨ କୋଟିର ବ୍ୟୟ ବରାଦ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି । ଗରିବଙ୍କ ପାଇଁ କନ୍ୟା ଯୋଜନା ଘୋଷଣା କରିଛନ୍ତି ମୋହନ ମାଝୀ । ଏଥିରେ ସରକାର ଗରିବ ଝିଅମାନଙ୍କ ବିବାହ ପାଇଁ ଏକ ଗଣ ବିବାହ ଯୋଜନା ସଂପର୍କରେ ଘୋଷଣା କରିଛନ୍ତି । ଏହାର ନାଁ ହେଉଛି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ।ଏହି ଯୋଜନା ଅଧୀନରେ ଗରିବ ପରିବାରର ଝିଅଙ୍କ ବିବାହ କରିବେ ରାଜ୍ୟ ସରକାର । ଏଥିପାଇଁ ବଜେଟରେ ୧୨ କୋଟିର ବ୍ୟୟ ବରାଦ କରାଯାଇଛି ।
ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନା ପାଇଁ ୫୨୬ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏହାଛଡ଼ା ମମତା ଯୋଜନା ପାଇଁ ୨୮୪ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିବାବେଳେ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ୨୦୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ମିସନ ଶକ୍ତି ପାଇଁ ୨୭୭୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ କହିଛନ୍ତି, କିଶୋରୀ ସୁଭଦ୍ରା, ସୁଭଦ୍ରା ସଞ୍ଚୟ କାର୍ଯ୍ୟକାରୀ ହେବ । ସେହିପରି ସୁଭଦ୍ରା ସଖୀ, ସୁଭଦ୍ରା ଯାତ୍ରୀ, ସୁଭଦ୍ରା ସଂଘ କାର୍ଯ୍ୟକାରୀ, କୁହା ସୁଭଦ୍ରା କଲ ସେଣ୍ଟର, ସୁଭଦ୍ରା ସହଯୋଗୀ, ସୁଭଦ୍ରା ପଣ୍ଡିତ, ସୁଯୋଗ୍ୟ ସୁଭଦ୍ରା ଭଳି କାର୍ଯ୍ୟକ୍ରମ ଆରମ୍ଭହେବ ।
Powered by Froala Editor