ବିବାହ ବିଚ୍ଛେଦ ରୋକିବ ମଦର୍ସ କୋର୍ଟ

ଓଡିଶାରେ ଛାଡପତ୍ରର ସଂଖ୍ୟାକୁ ରୋକିବା ଉଦ୍ଦେଶ୍ୟରେ ଦମ୍ପତିଙ୍କ ପାଇଁ ବୈବାହିକ ପରାମର୍ଶ ଦେବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହାକୁ ହ୍ରାସ କରିବା ଲାଗି ରାଜ୍ୟ ସରକାର ଯୋଜନା କରୁଛନ୍ତି। ବିଚ୍ଛେଦ ରୋକିବାକୁ ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।ଏହି ସମସ୍ୟାର ସମାଧାନ ପାଇଁ ସରକାର ଶୀଘ୍ର ମାନସିକ ସ୍ୱାସ୍ଥ୍ୟ ପରାମର୍ଶ କେନ୍ଦ୍ର ପ୍ରତିଷ୍ଠା କରିବେ। ଏହି କେନ୍ଦ୍ରଗୁଡିକର ନାମ ‘ମା ର ଛାତ’ ବୋଲି ପ୍ରଭାତୀ କହିଛନ୍ତି।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ବିବାହ ପୂର୍ବରୁ କାଉନସେଲିଂ ସେଣ୍ଟର୍ରେ କାଉନସେଲିଂ କରାଯିବ। ରାଜ୍ୟର ବିଭିନ୍ନ ସ୍ଥାନରେ ଶୀଘ୍ର ମେଣ୍ଟାଲ ହେଲ୍ଥ କାଉନସେଲିଂ ସେଣ୍ଟର୍ ଖୋଲାଯିବ। ମାନସିକ ସ୍ଵାସ୍ଥ୍ୟକୁ ସୁଧାରିବା, ଛାଡ଼ପତ୍ର ରୋକିବା ଏବଂ ବିବାହକୁ ସଠିକ୍ ଭାବରେ ବୁଝିବା ପାଇଁ ଏହି ସେଣ୍ଟର୍ କାର୍ଯ୍ୟ କରିବ। ମଦର୍ସ କୋର୍ଟ କିମ୍ବା ‘ମା’ର ଛାତ’ ନାମରେ ଏହାକୁ ନାମିତ କରାଯିବ। ଖୁବ୍ ଶୀଘ୍ର ଏହା ପ୍ରତିଷ୍ଠା ହେବା
ପରାମର୍ଶ କେନ୍ଦ୍ର ଦମ୍ପତିମାନଙ୍କୁ ବିବାହକୁ ଭଲ ଭାବରେ ବୁଝାଇବାରେ ସାହାଯ୍ୟ କରିବ ଏବଂ ସେମାନଙ୍କୁ ଦାମ୍ପତ୍ୟ ଜୀବନ ପାଇଁ ପ୍ରସ୍ତୁତ କରିବ।
Powered by Froala Editor