ମର୍ମନ୍ତୁଦ ଦୁର୍ଘଟଣା: ଦୁଇ ମୃତ, ୫ ଆହତ

ବାରିପଦା : ଅଟୋ-କାର ମୁହାଁମୁହିଁ ଧକ୍କା, ଦୁଇ ମୃତ ୫ ଆହତ। ବାରିପଦା ୧୮ ନଂ ଜାତୀୟ ରାଜପଥ ମଞ୍ଚାବନ୍ଧା ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଆଜି ସକାଳେ ଏକ କାର୍ ବାରିପଦାରୁ ବେତନଟୀ ଯାଉଥିବାବେଳେ ବିପରୀତ ଦିଗରୁ ଆସୁଥିବା ଏକ ଅଟୋ ସହ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା। ୫ ଜଣ ଆହତଙ୍କୁ ଗୁରୁତର ଅବସ୍ଥାରେ ପିଆରଏମ୍ ମେଡିକାଲରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ। ଖବର ପାଇ ସ୍ଥାନୀୟ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
Powered by Froala Editor