କୃମି ଔଷଧ ଖାଇ ବାନ୍ତି କଲେ ୬ ଛାତ୍ରୀ

କେଦାରପୁର ପଞ୍ଚାୟତ ଥାନେଶ୍ବର ସ୍ଥିତ ସ୍କୁଲରେ କୃମି ଔଷଧ ଖାଇ ୬ ଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି । ଛାତ୍ରଛାତ୍ରୀଙ୍କୁ କୃମି ଔଷଧ ଖାଇବାକୁ ଦିଆଯାଇଥିଲା । ତେବେ ୬ ଜଣ ଛାତ୍ରଛାତ୍ରୀଙ୍କର ଔଷଧ ଖାଇ ବାନ୍ତି ହୋଇଥିଲା । ଅସୁସ୍ଥ ହେବା ପରେ ସେମାନଙ୍କୁ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ, ସୋମବାର ମଧ୍ୟାହ୍ନରେ କେଦାରପୁର ପଞ୍ଚାୟତ ଥାନେଶ୍ୱର ସ୍ଥିତ ବିଦ୍ୟାଳୟରେ ପିଲାମାନଙ୍କୁ କୃମି ଔଷଧ ଦିଆଯାଇଥିଲା। କୃମି ଔଷଧ ଖାଇବାର କିଛି ସମୟ ପରେ ୬ଜଣ ଛାତ୍ରୀ ବାନ୍ତି କରିବା ସହିତ ଅସୁସ୍ଥ ଅନୁଭବ କରିଥିଲେ। ପରିବାର ଲୋକେ ସେମାନଙ୍କୁ ଚିକିତ୍ସା କରିବା ପାଇଁ ସୋର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ବେଳେ ସେଠାରେ ସେମାନଙ୍କର ଚିକିତ୍ସା ଚାଲିଥିବା ଜଣାପଡିଛି।
Powered by Froala Editor